Home ଜିଲ୍ଲା ପରିକ୍ରମା ରହଣିଆ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ମୁହାଁମୁହିଁ, ରାତ୍ରଜଗୁଆଳି ଓ ହାଉସ କିପିଂ ପଦବୀରେ...

ରହଣିଆ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ମୁହାଁମୁହିଁ, ରାତ୍ରଜଗୁଆଳି ଓ ହାଉସ କିପିଂ ପଦବୀରେ ବିବାଦୀୟ ନିଯୁକ୍ତି ଅଭିଯୋଗ

15

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଉଚ୍ଚବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ଦାଇତ୍ୱ ତୁଲାଉଥିବା ମା’ମଙ୍ଗଳା ସ୍ୱାୟଂସହାୟିକା ଗୋଷ୍ଠୀର ଚୁକ୍ତି ଅବଧି ଗତ ଜାନୁୟାରୀ ୪ ତାରିଖରୁ ଅବସାନ ହୋଇସାରିଛି । ମାତ୍ର ସଂପୃକ୍ତ ପ୍ରଧାନଶିକ୍ଷକ ଦେବବ୍ରତ ଯେନା ପ୍ରଭାବିତ ହୋଇ ଏହି ସ୍ୱୟଂସହାୟିକା ଗୋଷ୍ଠୀକୁ ଦାଇତ୍ୱରୁ ଅନ୍ତର ପାଇଁ ଅନୁମୋଦନ କରିବା ବଦଳରେ ଗୋଷ୍ଠୀ ଅନୁମୋଦିତ ରାତ୍ର ଜଗୁଆଳି ଓ ହାଉସ କିପିଂ ବ୍ୟକ୍ତିଙ୍କୁ ନିଯୁକ୍ତି ଜନିତ ଚୁକ୍ତିନାମା ପାଇଁ ସୁପାରିଶ କରିଛନ୍ତି । ପ୍ରଧାନଶିକ୍ଷକଙ୍କ ସୁପାରିଶ ଆଧାରରେ ବେଆଇନ ଭାବେ ବ୍ଲକ ଶିକ୍ଷାଧିକାରୀ ଚୁକ୍ତିନାମା ସମ୍ପାଦନ କରିଛନ୍ତି । ପୁନଶ୍ଚ ଗୋଷ୍ଠୀ ଅନୁମୋଦିତ ୨ ଜଣଙ୍କୁ ଗୋଷ୍ଠୀର ସଭାବହିରେ ଜାଲିୟାତି କରି ନାମ ଦରଜ କରାଯାଇଛି । ଗୋଷ୍ଠୀଭୁକ୍ତ ସଦସ୍ୟା ସବିତା ମଲ୍ଲିକ ଜିଲ୍ଲାପାଳଙ୍କ ଠାରେ ଏଭଳି ଅଭିଯୋଗ କରିଛନ୍ତି । ଏଣି ଏହି ବିବାଦୀୟ ନିଯୁକ୍ତକୁ ଗ୍ରହଣ କରିବେ ନାହିଁ ବୋଲି ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟି, ପୁରାତନ ଛାତ୍ରସଂସଦ ସଭାପତି ଓ ସ୍ଥାନୀୟ ସରପଞ୍ଚ ରୋକଠୋକ ଜଣାଇଦେଇଛନ୍ତି । ଫଳରେ ଏହି ବିବାଦୀୟ ନିଯୁକ୍ତିକୁ ନେଇ ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନେଶ୍ୱର ଦାସ, ମୋ ସ୍କୁଲ ଅଭିଯାନ କମିଟି ସଭାପତି ରଞ୍ଜନ କୁମାର ବେହୁରିଆ, ପୁରାତନ ଛାତ୍ରସଂସଦ ସଭାପତି ସନ୍ତୋଷ କୁମାର ଦାସ ଓ ସ୍ଥାନୀୟ ସରପଞ୍ଚ ରଞ୍ଜନ ପରିଡା ଜିଲ୍ଲାଶିକ୍ଷାଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇ ପ୍ରତିକାର ଲୋଡିଛନ୍ତି । ଗୋଷ୍ଠୀଭୁକ୍ତ ସଦସ୍ୟା ତଥା ଅଭିଯୋଗକାରିଣୀ ସବିତା ମଲ୍ଲିକଙ୍କ ଅଭିଯୋଗକୁ ଗ୍ରହଣ କରାଯାଇ ପୂର୍ବରୁ ସବମ୍ମ୍‌ତ ଭାବେ ଅନୁମୋଦିତ ସତ୍ୟମ ମଲ୍ଲିକଙ୍କ ନାମକୁ ଫ୍ଲୁଇଡ ମାରି ଗୋଷ୍ଠୀ ସମ୍ପାଦିକା ବଦଳାଇ ଦେଇଥିବା ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କମିଟିଗୁଡିକ ପକ୍ଷରୁ ଦାବି କରାଯାଇଛି । ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମତଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.