Home ଜିଲ୍ଲା ପରିକ୍ରମା ସରସଦା ସମିତିରୁ ଫିଟିିବ ତାଲା, ଥାନାରେ ହେଲା ସମାଧାନ

ସରସଦା ସମିତିରୁ ଫିଟିିବ ତାଲା, ଥାନାରେ ହେଲା ସମାଧାନ

9

ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପ୍ରାଥମିକ କୃଷି ସମବାୟ ସମିତିରେ ବୁଧବାର ପକାଯାଇଥିବା ତାଲା ବିବାଦ ଥାନାରେ ଗୁରୁବାର ସମାଧାନ ହୋଇଛି । ସମିତିର ପରିଚାଳନା ମଣ୍ଡଳୀ ପକ୍ଷରୁ ତାଲା ପକାଯାଇଥିବା ସମ୍ପର୍କରେ ଥାନାରେ ବୁଧବାର ଅଭିଯୋଗ ହୋଇଥିଲା । ତାଲା ପକାଇ ଥିବା ସରସଦା ଗ୍ରାମର ଶଙ୍କର୍ଷଣ ଯେନା, ପ୍ରଶାନ୍ତ ଯେନା ଓ ଘନଶ୍ୟାମ ଯେନାଙ୍କ ସହ ପରିଚାଳନାମଣ୍ଡଳୀଙ୍କ ପୁଲିସ ଉପସ୍ଥିତିରେ ଆଲୋଚନା ହୋଇଥିଲା । ସଭାପତିଙ୍କ ପ୍ରରୋଚନାରେ ତାଲାପକାଯାଇଥିବା ବୋଲି ସ୍ୱୀକାର କରିବା ସହ ନିସର୍ତ୍ତ ତାଲା ଖୋଲିଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ପରିଚାଳନାମଣ୍ଡଳୀ ପକ୍ଷରୁ ଦେବେନ୍ଦ୍ରନାଥ ଧଳ, ହିମାଂଶୁ ଭୂଷଣ ଧଳ, ଗୋଲାପି ସାହୁ, ପ୍ରଣତୀ ସାମଲ, ଅନୁପମା ଦାସ, ମଧୁସୂଦନ ଯେନା, ନଟବର ରାଉଳ, ରତ୍ନାକର ଭାରତୀ, ଶଶିକଳା ଶାଶିନୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.