Home କେନ୍ଦୁଝର ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ କଲେ ଏପିଡି

ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ କଲେ ଏପିଡି

112

ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିଲେ ମଧ୍ୟ ସେମାନେ ଘର କରିନାହାନ୍ତି । ଏପରିସ୍ଥଳେ ସେମାନଙ୍କୁ ଅଧିକ ଅନୁଦାନ ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏପିଡି ରଶ୍ମୀରାଣୀ ମହାନ୍ତ ଓ ଏପିଡି ଜୟଶ୍ରୀ ବେଉରା , ବିଡିଓ ଜୟଦେବ ଦାସ ପ୍ରମୁଖ ସମଣା ପଞ୍ଚାୟତର ସମଣା, ଗିରିଗାଁ, ଆଗିରିଆ, ଦୁଡୁଗାଁ ପ୍ରଭୃତି ଗ୍ରାମ ପରିଦର୍ଶନ କରି ୧୨ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଭେଟି ସେମାନଙ୍କ ଆବାସ ଯୋଜନାର ତଦାରଖ କରିଛନ୍ତି । କଣ ପାଇଁ ଘର କରିନାହାନ୍ତି ସେ ସମ୍ପର୍କରେ ମଧ୍ୟ ହିତାଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ଅଧିକାଶଂ ହିତାଧିକାରୀ ଘର ଠିକ ଥିବା ଦେଖିବାକୁ ପାଇଥିଲେ । ସେମାନଙ୍କ ସହିତ ପିଇଓ ଜିତେନ୍ଦ୍ର ଜେନା, ବିପିସି ନିରଞ୍ଜନ ସାହୁ, ଜିଆରଏସସ ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.