Home ଜିଲ୍ଲା ପରିକ୍ରମା “ଉତ୍ସବ ଅନୁଷ୍ଠାନ”ର ଉଦ୍‌ଘାଟନ ଉତ୍ସବ, ଭଦ୍ରକରେ ଓଡ଼ିଶୀ ନୃତ୍ୟକୁ ଏକ ନୂତନ ଦିଗନ୍ତ ଦେବ “ଉତ୍ସବ”

“ଉତ୍ସବ ଅନୁଷ୍ଠାନ”ର ଉଦ୍‌ଘାଟନ ଉତ୍ସବ, ଭଦ୍ରକରେ ଓଡ଼ିଶୀ ନୃତ୍ୟକୁ ଏକ ନୂତନ ଦିଗନ୍ତ ଦେବ “ଉତ୍ସବ”

34

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଶାର ମନ୍ଦିର ମାନଙ୍କରୁ ଏହି ନୃତ୍ୟର ଉତ୍ପତ୍ତି । ଓଡ଼ିଶୀ ନୃତ୍ୟ ଆଜି ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇଛି ବୋଲି “ଉତ୍ସବ ନୃତ୍ୟ ଅନୁଷ୍ଠାନ’ର ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଯୋଗଦେଇ,ବିଶ୍ୱର କୋଣ ଅନୁକୋଣରୁ ଛାତ୍ରଛାତ୍ରୀ ମାନେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରତି ସେମାନଙ୍କ ସ୍ୱତନ୍ତ୍ର ଋଚି ଦେଖାଉଥିବା ଆମ ପାଇଁ ଗର୍ବର ବିଷୟ ଏବଂ ଏହି ପରିପ୍ରେକ୍ଷୀରେ ଭଦ୍ରକରେ ଏହି ନୃତ୍ୟର ପ୍ରସାର ଦିଗରେ ଏହି ଅନୁଷ୍ଠାନଟି ବିଶେଷ ସହାୟକ ହେବ ଏବଂ ସେ ନିଜେ ପ୍ରତ୍ୟେକ୍ଷ ଭାବରେ ଏହାର ତତ୍ତ୍ୱାବଧାନ କରିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ରାମଚନ୍ଦ୍ର ପଣ୍ଡା ଏବଂ ସେ ଜାଭିୟର୍ସ ବିଦ୍ୟାଳୟର ଅଧ୍ୟକ୍ଷା ତନୁଶ୍ରୀ ଦତ୍ତ ଯୋଗଦେଇ, ଭଦ୍ରକରେ ଏପରି ଅନୁଷ୍ଠାନର ଆବଶ୍ୟକତା ବହୁତ ଦିନରୁ ଥିବା ବେଳେ, ଏ ଦିଗରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଓଡ଼ିଶୀ ନୃତ୍ୟଶିଳ୍ପୀ ରିଚା ମହାନ୍ତି କରିଥିବା ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ରିଚିସ୍ମିତା ମହାନ୍ତି ତାଙ୍କ ସ୍ୱାଗତ ସମ୍ଭାଷଣରେ ଭଦ୍ରକର ଛାତ୍ରଛାତ୍ରୀମାନେ କିପରି ଓଡ଼ିଶୀ ନୃତ୍ୟରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ପହଞ୍ଚ୍‌ô ପାରିବେ ସେ ଦିଗରେ ସମସ୍ତେ ତାଙ୍କ ସହିତ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ରୋଟାରିଆନ ମନୋଜ କୁମାର ସାହୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ରୋଟାରିଆନ ନିର୍ମଳ ଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ନୃତ୍ୟ କାର୍ଯ୍ୟକ୍ରମରେ ଦେବଶ୍ରୀ ଦେ,ପ୍ରତୀକ ଦାସ,ପ୍ରମୋଦ ବେହେରା,ଲତା ପଣ୍ଡା, ରିୟା ସିଂ, ଉତ୍ସବ ମହାନ୍ତି,ଲଗ୍ନଜିତ ପରିଡ଼ା, ସାଇନାଥ ମୁଦୁଲୀ ପ୍ରମୁଖ ନୃତ୍ୟ ପରିବେଷଣ କରିଥିବା ବେଳେ, କୀର୍ତ୍ତୀ ମହାନ୍ତି, ଚିନ୍ମୟ କୁମାର,ଦେବଜାନୀ ପଣ୍ଡା, ଏଲ.ଏସ.ସନ୍ଦୀପ, ଅର୍ଚ୍ଚନା ରାୟ ମହାପାତ୍ର, ଟୁଇଙ୍କିଲ ବେହେରା ପ୍ରମୁଖ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । କନକଲତା ମହାନ୍ତି ଧନ୍ୟବାଦ ଦେଇଥିବା ବେଳେ, ପ୍ରତିଭା ମୁଦୁଲୀ,ଗୀତାଞ୍ଜଳି ପାଢ଼ୀ, ଦୀପଶିଖା ପଢ଼ିଆରୀ,କ୍ଷୀତିଶ ପାଢ଼ୀ, ସାହିଦ ସାର, କୁନି ସାର, ଚିନ୍ମୟ ସାର,ସୁଶ୍ରୀ ବେହେରା ଓ ଅଜୟ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.