Home ଜିଲ୍ଲା ପରିକ୍ରମା ଚନ୍ଦନୀପାଳ ମତ୍ସ୍ୟଜିବୀଙ୍କ ରୋଜଗାରରେ ବାଧକ ସାଜିଛି ଧାମରା ବନ୍ଦର, ଆଗାମୀ ଦିନରେ ଗଣ ଆନ୍ଦୋଳନ ଚେତାବନୀ

ଚନ୍ଦନୀପାଳ ମତ୍ସ୍ୟଜିବୀଙ୍କ ରୋଜଗାରରେ ବାଧକ ସାଜିଛି ଧାମରା ବନ୍ଦର, ଆଗାମୀ ଦିନରେ ଗଣ ଆନ୍ଦୋଳନ ଚେତାବନୀ

59

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବା ସହ ଆଇନକୁ ହାତକୁ ନେବେ ବୋଲି ଚନ୍ଦନୀପାଳ ଠାରେ ଥିବା ମତ୍ସ୍ୟଜିବୀ ସଂଘ ଡାକରା ଦେଇଛି । ଏହାର ଏକମାତ୍ର କାରଣ ଧାମରା ବନ୍ଦର କର୍ତୁପକ୍ଷ ମତ୍ସ୍ୟଜିବୀ ମାନଙ୍କୁ ରୋଜଗାରକ୍ଷମ କରିବା ବାହାନାରେ ସେମାନଙ୍କୁ ନିଜର ଜୀବିକା ହରାଇବାକୁ ପଡୁଛି ବୋଲି ମତ୍ସ୍ୟଜିବୀ ସଂଘ ର ସଭାପତି ନିଜର ପ୍ରତିକ୍ରିୟା ରଖିଛନ୍ତି । ଚନ୍ଦନୀପାଳ ଠାରେ ୩ଶହରୁ ଉର୍ଦ୍ଧ ମତ୍ସ୍ୟଜିବୀ ଦୀର୍ଘ ୬୦ବର୍ଷ ହେବ ଏଠାରେ ଶୁଖୁଆ ଖଳା କରି ନିଜର ବ୍ୟବସାୟ ଚଳାଇ ପରିବାର ପ୍ରତିପୋଷଣ କରି ଆସୁଥିବା ବେଳେ ଧାମରା ଅଂଚଳର ୬ଶହରୁ ଉର୍ଦ୍ଧ ବୋଟର ମାଲିକ ନିଜର ମାଛ ଗୁଡିକ ଏଠାରେ ନିଲାମ କରାଇଥାନ୍ତି । ଚନ୍ଦନୀପାଳ ଠାରେ ଥିବା ସମୁଦ୍ରବାଲିରେ ଏହି ଶୁଖୁଆ ଖଳା ଗୁଡିକ ପ୍ରସ୍ତୁତ ହୋଇଥିବା ବେଳେ ସମୁଦ୍ର ବେଳାଭୂମିରେ ମତ୍ସ୍ୟଜିବୀ ଙ୍କ ମାଛ ନିଲାମ ଗୃହ ନିଜର ଅବସ୍ଥିତ ଜାହିରୀ କରି ଆସୁଅଛି । ୨୦୧୭ ମସିହା ଠାରୁ ଧାମରା ବନ୍ଦର କର୍ତୁପକ୍ଷ ବିଭିନ୍ନ ସମୟରେ ଅହେତୁକ ଅନୁକମ୍ପା ଦେଖାଇ ଶୁଖୁଆ ଖଳାର ମାଲିକ ଏବଂ ମତ୍ସ୍ୟଜିବୀ ମାନଙ୍କୁ ନିଜର ହାତବାରିସୀ କରିବାକୁ ଚେଷ୍ଟା ଚଳାଇ ଆସୁଛନ୍ତି । ଏହାର ଫଳ ସ୍ୱରୂପ ଧାମରା ବନ୍ଦର କର୍ତୁପକ୍ଷ ଚନ୍ଦନୀପାଳ ଠାରେ ମତ୍ସ୍ୟଜିବୀ ମାନଙ୍କ ବ୍ୟବହାର ପାଇଁ ଏକ ଶୌଚାଳୟ ନିର୍ମାଣ କରିବା ସହ ଏକ ଫ୍ଲଡ ଲାଇଟ ପୋଷ୍ଟ ମଧ୍ୟ ନିର୍ମାଣ କରିଥିଲେ । ଅନ୍ୟ ପକ୍ଷରେ ଏହାର ଫାଇଦା ଉଠାଇବା ନିମନ୍ତେ ବନ୍ଦର କର୍ତୁପକ୍ଷ ଶୁଖୁଆ ଖଳାର ମାଲିକ ମାନଙ୍କୁ ନିଜର ଭିଟାମାଟି ଛାଡି ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି ଶୁଖୁଆ ସଂଘ ର ସଭାପତି ବଳରାମ ମାଝୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ମତରେ ଧାମରା ବନ୍ଦର ଆମକୁ ପ୍ରତାରିତ କରିବା ସହ ଆମକୁ ଆମ ଭିଟାମାଟି ଛାଡିଦେବାକୁ ଧମକ ଦେବା ସହ ଏହି ସ୍ଥାନ ଠାରୁ ୫ଶହ ମିଟର ଦୂରରେ ବନ୍ଦର କର୍ତୁପକ୍ଷ ୩୦ଲକ୍ଷ ଟଙ୍କା ଖର୍ଚ କରି ଏକ ସ୍ଥାନ ନିରୂପଣ କରି ସେଠାରେ ବାଲି ଫିଲିଂ କରିଛନ୍ତି ବୋଲି ବହୁବାର ଧାମରା ବନ୍ଦର କର୍ତୁପକ୍ଷ ସେମାନଙ୍କୁ ଡକାଇ ଏହି ତଥ୍ୟ ଦେଇଥିବା ବେଳେ ପ୍ରକୃତରେ ବାସ୍ତବ ତଥ୍ୟ ତାହାଠାରୁ ସଂପୂର୍ଣ ଭିନ୍ନ ବୋଲି ସେ କହିଛନ୍ତି ।

ଏଭଳି ସ୍ଥାନ ଚନ୍ଦନୀପାଳ ଠାରେ ନାହିଁ କିମ୍ବା କୌଣସି ସ୍ଥାନରେ ଗୋଟିଏ ଝୁଡି ବାଲି ମଧ୍ୟ ବନ୍ଦର କର୍ତୁପକ୍ଷ ପକାଇ ନାହାନ୍ତି । ଏଠାରେ ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ଧାମରା ବନ୍ଦର କର୍ତୁପକ୍ଷ ଏହି ମତ୍ସ୍ୟଜିବୀ ମାନଙ୍କ ଜିବୀକା ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଚନ୍ଦନୀପାଳ ଶୁଖୁଆ ଖଳାରୁ ଦୈନିକ ଶହ ଶହ ଟନ ଶୁଖୁଆ ଓଡିଶାର ପୁର ପଲ୍ଲୀରେ ବିକ୍ରି ହେବା ପାଇଁ ଯାଉଥିବା ବେଳେ ନିକଟବର୍ତୀ ରାଜ୍ୟ ଆନ୍ଧ୍ର, ତାମିଲନାଡୁ ,ବିହାର ଏବଂ ପଶ୍ଚିମବଙ୍ଗକୁ ଚାଲାଣ କରାଯାଇ ଥାଏ । ଏହାର ପ୍ରତିବଦଳରେ ଶହ ଶହ ମତ୍ସ୍ୟଜିବୀ ସେମାନଙ୍କର ପରିବାର ପ୍ରତିପୋଷଣ ହେଉଥିବା ବେଳେ କିଭଳି ବନ୍ଦର କର୍ତୁପକ୍ଷ ସେମାନଙ୍କୁ ସେମାନଙ୍କ ଜିବୀକା ଛଡାଇ ନେବା ସହ ସେମାନଙ୍କୁ ଧମକ ଚମକ ଦେଉଛି ତାହା ପ୍ରଶ୍ନବାଚୀ ହୋଇ ପଡିଛି । ଏହାର ପ୍ରତିବଦଳରେ ଆଗାମୀ ଦିନରେ ଶହ ଶହ ମତ୍ସ୍ୟଜିବୀ ସେମାନଙ୍କ ପରିବାର ସହ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏବାବଦରେ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ନିଜର ପ୍ରତିକ୍ରିୟା ରଖି କୁହନ୍ତି ଧାମରା ବନ୍ଦର କର୍ତୁପକ୍ଷଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ହାସ୍ୟାସ୍ପଦ । ଆଗାମୀ ଦିନରେ ଏହି ମତ୍ସ୍ୟଜିବୀ ମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ସେମାନଙ୍କ ସାଥ ଦେବା ସହ ଦରକାର ପଡିଲେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ । ଅନ୍ୟ ପକ୍ଷରେ ଧାମରା ବନ୍ଦରର ଉପ ସଭାପତି ଜଗତ ପରିଜାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିବା ବେଳେ ଚନ୍ଦନୀପାଳ ବାଲିଚର ମତ୍ସ୍ୟଜିବୀ ସଂଘ ଏହାର ପ୍ରତିକ୍ରିୟା ରଖିବା ସହ ସଂଘ ରାଜ୍ୟ ସରକାରଙ୍କୁ ଅବଗତ କରାଇଅଛି । ଯଦି ରାଜ୍ୟ ସରକାର ଏହାର ସ୍ଥାୟୀ ସମାଧାନ ନକରନ୍ତି ତାହାହେଲେ ସେମାନେ ମଧ୍ୟ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.