Home ଓଡ଼ିଶା ସଭାପତି ରେସ୍: କେ.ଭି ଅସନ୍ତୁଷ୍ଟ !

ସଭାପତି ରେସ୍: କେ.ଭି ଅସନ୍ତୁଷ୍ଟ !

664

ଭୁବନେଶ୍ୱର: ବିଜେପିରେ ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ।ମଣ୍ଡଳ ନିର୍ବାଚନ ସରିଛି।ଏବେ ଜିଲ୍ଲା ସଭାପତି ପାଇଁ ଚାଲିଛି ନିର୍ବାଚନ।ଏହାପରେ ହେବ ରାଜ୍ୟ ସଭାପତି ପାଇଁ ନିର୍ବାଚନ।ନିର୍ବାଚନ ନୁହେଁ, ସହମତିରେ ହେବ ରାଜ୍ୟ ସଭାପତି ଚୟନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଉଛି।ରାଜ୍ୟ ସଭାପତି ପଦବୀ ପାଇଁ କିଛି ନେତା/ନେତ୍ରୀଙ୍କ ନାମ ଆଲୋଚନା ହେଉଛି।କିଛି ନେତା/ନେତ୍ରୀ ନିଜ ସମର୍ଥକ ମାନଙ୍କ ଦ୍ୱାରା ନିଜ ନାମ ପ୍ରମୋଟ ମଧ୍ୟ କରାଉଛନ୍ତି।ରାଜ୍ୟ ସଭାପତି ପାଇଁ ଏ’ ଭିତରେ ବସନ୍ତ ପଣ୍ଡାଙ୍କ ରିପିଟ୍ କଥା ସହ ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ, ସୁରେଶ ପୂଜାରୀ, ନୟନ କିଶୋର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଜୟ ନାରାୟଣ ମିଶ୍ର, ମନମୋହନ ସାମଲ, ବିଷ୍ଣୁ ଚରଣ ସେଠୀ, ବିଜୟ ମହାପାତ୍ର, ସୁରମା ପାଢ଼ୀ ଆଦିଙ୍କ ନାମ ଆଲୋଚନା ହେଉଛି।ଏ’ ଭିତରୁ କିଛି ନାମ ରାଜ୍ୟ ସଙ୍ଗଠନ ସ୍ତରରେ ଆଲୋଚନା ଭିତରେ ଥିବା ବେଳେ କିଛି ନାମ ତୃଣମୂଳ ସ୍ତରରୁ ଉଠୁଛି।ଆଉ କିଛି ଜଣ ନିଜ ନାମ ନିଜ ସମର୍ଥକଙ୍କ ମାଧ୍ୟମରେ ଉଠାଉଛନ୍ତି।ତେବେ ଆଜି ଯାଏଁ ସବୁଠାରୁ ଅଧିକ ଆଲୋଚନା ହୋଇ ଆସୁଥିବା ସମୀର ମହାନ୍ତିଙ୍କ ନାମ ପଛରେ ପଡ଼ି ଯାଇଥିବା ବେଳେ ଏବେ ପୃଥ୍ଵୀରାଜ ହରିଚନ୍ଦନଙ୍କ ନାମ ଟିକେ ଅଧିକ ଆଲୋଚନା ହେଉଛି।ତେବେ ଏସବୁକୁ ନେଇ କନକ ବର୍ଦ୍ଧନ ସିଂହଦେଓ ଅସନ୍ତୁଷ୍ଟ ଥିବା ଶୁଣାଯାଉଛି।ବରିଷ୍ଠ ନେତାମାନେ ଥାଉ ଥାଉ, ଜଣେ କନିଷ୍ଠ ନେତାଙ୍କୁ ସଭାପତି କରାଯିବାକୁ କନକ ବର୍ଦ୍ଧନ ଗ୍ରହଣ କରି ପାରୁନଥିବା କୁହାଯାଉଛି।ଏଥିନେଇ କନକ ବର୍ଦ୍ଧନ ନିଜର ଅସନ୍ତୋଷ ବ୍ୟକ୍ତ କରି ସାରିଥିବା ଆଲୋଚନା ହେଉଛି।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.