Home ଓଡ଼ିଶା ୫ଟି ଯୋଜନାରୁ ବଞ୍ଚିତ ଭଦ୍ରକ ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର !

୫ଟି ଯୋଜନାରୁ ବଞ୍ଚିତ ଭଦ୍ରକ ଜିଲ୍ଲାର ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର !

356

ଭଦ୍ରକ୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ସରକାର ମୋସରକାର ଓ ୫ଟି ଯୋଜନାରେ ରାଜ୍ୟବାସିଙ୍କୁ ଉର୍ଣ୍ଣତ ମାନର ସେବା ଯୋଗାଇ ଦେବାସହ ଆଜି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ। ଏହି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସହିତ ସିଧାସଳଖ କଥା ହେବେ ସରକାରା ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।  ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ମା ଓ ଶିଶୁ ମାନଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଥିବ। ମୁଖ୍ୟମନ୍ତ୍ରୀ ସୁଚନା ଦେଇଛନ୍‌ନ୍ତି। ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଶିଶୁ ମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଭଦ୍ରକ ଜିଲ୍ଲାର ମଞ୍ଜୁରିରୋଡ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରଟି ସରକରଙ୍କ ଏହି ଯୋଜନାରୁ ବଞ୍ଚିତ ହେବାର ଦେଖିବାକୁ ମିଳିଛି ।  ଏହି ସ୍ୱାସ୍ଥକେନ୍ଦ୍ରରେ ଦିର୍ଘଦିନ ହେଲା ସ୍ଥାୟୀ ଡାକ୍ତର ନରହିବା ଫଳରେ ଉକ୍ତ ସ୍ୱାସ୍ଥା କେନ୍ଦ୍ର ଉପରେ ନିର୍ଭର କରୁଥିବା ଯାଜପୁର,କେନ୍ଦୁଝର ଓ ଭଦ୍ରକ ଜିଲ୍‌ଲ୍ଲା ଗ୍ରାମାଞ୍ଚଳର ବହୁ ଗରିବ ପରିବାରର ଲୋକମାନେ ସ୍ୱାସ୍ଥ କ୍ଷେତ୍ରରେ ଅବହେଳିତ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ସରକାରୀ ପଦସ୍ତ ଅଧିକାରୀ ମାନେ ଉକ୍ତ ସ୍ୱାସ୍ଥ କେନ୍ଦ୍ର ପ୍ରତି ନଜର ନଦେବା ସହ ଜଣେ ସ୍ଥାୟୀ ଡାକ୍ତଙ୍କୁ ଏଠାରେ ଅବସ୍ଥାପିତ ନକରିବା କୁ ନେଇ ଅଞ୍ଚଳର ବୁଦ୍ଧିଜୀବି ମାନେ ଜିନ୍ତା ପ୍ରକଟ କରିଛନ୍ତି । ନିର୍ଭରଶିଳ ଥିବା ଉକ୍ତ ଅଞ୍ଚଳର ଲୋକମାନେ ସ୍ୱାସ୍ଥ ସେବା ପାଇଁ  ସୁଦୁର ଭଦ୍ରକ ଓ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି । ଆଗାମି ଦିନରେ ଜିଲ୍ଲା ପ୍ରଶାସନ ଜଦ ଏତିପ୍ରତି ଧ୍ୟାନ ନଦିଅନ୍ତି ତାହାଲେ ଭଣ୍ଡାରିପୋଖରି-ବନ୍ତ ବିକାଶପରିସଦ ପକ୍ଷରୁ ମେଡିକାଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିକାଶ ପରିସଦର ସଭାପତି ପ୍ରମୋଦ ନାୟକ(ନଣ୍ଣା) ଚେତାବନି ଦେଇଛନ୍ତି ।  ସରକାର ସ୍ୱାସ୍ଥସେବାକୁ ଜଣେ ସଚିବଙ୍କ ଦ୍ୱାରା ସାଧାରଣ ଲୋକମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉକ୍ତ ଅଞ୍ଚଳ  ର ଲୋକମାନେ ସ୍ୱାସ୍ଥ ସେବା କ୍ଷେତ୍ରରେ ବଞ୍ଚିତ ନହେବାକୁ ସରକାର ନଜର ଦେବାକୁ ଭଣ୍ଡାରିପୋଖରି-ବନ୍ତ ବିକାଶପରିସଦ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.