Home Coronavirus Outbreak ସପରିବାର ଘଣ୍ଟି ବଜାଇ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସପରିବାର ଘଣ୍ଟି ବଜାଇ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

547

ନୂଆଦିଲ୍ଲୀ/ ଭୁବନେଶ୍ବର, ମାର୍ଚ୍ଚ ୨୨ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆଜି ‘ଜନତା କର୍ଫ୍ୟୁ” ଅବସରରେ କରୋନା ଭାଇରସ ବିରୁଦ୍ଧରେ ଲଢି ଦେଶବାସୀଙ୍କ ସେବାରେ ଲାଗିଥିବା ବ୍ୟକ୍ତିବିଶେଷମାନଙ୍କୁ ନିର୍ଦ୍ଧାରିତ ସମୟରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସପରିବାର ସହ ତାଳି ମାରିବା ସହ ଘଣ୍ଟି ବଜାଇ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଏକାଠି କରିଛନ୍ତି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ କରିବା ସହ ଧନ୍ୟବାଦ ଦେଇଛନ୍ତି। ଏହା ସହ ସେ କୋଭିଡ୍ – ୧୯ର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଜନତା କର୍ଫ୍ୟୁକୁ ସମର୍ଥନ କରିବା କଥା ସେ ଉଲ୍ଲେଖ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.