Home ଜିଲ୍ଲା ପରିକ୍ରମା ସନ୍ଦେହ ଘେରରେ ଜିଲା ସ୍ୱାସ୍ଥ୍ୟ ବିଭାଗ, ସିକ୍ୟୁରିଟି ସଂସ୍ଥା ଚୟନ କ୍ଷେତ୍ରରେ ସରକାରୀ ନିୟମ ଉଲଂଘନ

ସନ୍ଦେହ ଘେରରେ ଜିଲା ସ୍ୱାସ୍ଥ୍ୟ ବିଭାଗ, ସିକ୍ୟୁରିଟି ସଂସ୍ଥା ଚୟନ କ୍ଷେତ୍ରରେ ସରକାରୀ ନିୟମ ଉଲଂଘନ

14

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସନ୍ଦେହ ଘେରକୁ ଆସିଛି ଜିଲ୍ଳାସ୍ୱାସ୍ଥ୍ୟ ପ୍ରଶାସନ । ସିକ୍ୟୁରିଟି ସଂସ୍ଥା ଚୟନ ସମୟରେ ସମସ୍ତ ସରକାରୀ ଆଇନ୍ ଓ ନିୟମକୁ ଅଣଦେଖା କରାଯାଇଛି । ଆବଶ୍ୟକ କାଗଜପତ୍ର ନଥାଇ ଓ ସଂପୃକ୍ତ ସଂସ୍ଥା ବିରୋଧରେ ନିର୍ଦ୍ଦିଷ୍ଟ ଓ ପ୍ରମାଣ ଭିତ୍ତିକ ଅଭିଯୋଗ ଥାଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ସଂସ୍ଥା ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଚାଲିଛନ୍ତି । ଯାହାକୁ ନେଇ ଯୋଗ୍ୟ ସଂସ୍ଥା ଉକ୍ତ କାର୍ଯ୍ୟରୁ ବଂଚିତ ହେଉଥିବା ବେଳେ ସଂପୃକ୍ତ ଜାଲ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ବିପନ୍ନ ହେଉଥିବାର ଅଭିଯୋଗ ଆସିଛି । ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲା ଚିକିତ୍ସାଳୟରେ ଏବେ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସର୍ଭିସ୍ ସୁରକ୍ଷା ଦାୟିତ୍ୱରେ ରହିଛି । ଗତ ପାଞ୍ଚ ବର୍ଷ ହେଲା ଅର୍ଥାତ୍ ୨୦୧୬ ମସିହାରୁ ଏହି ସଂସ୍ଥା କାର୍ଯ୍ୟକରି ଆସୁଥିବା ବେଳେ ମୋଟ ୧୪ଜଣ ଯୁବକ ଯୁବତୀଙ୍କୁ ସିକ୍ୟୁରିଟି କର୍ମୀଙ୍କୁ ନିଯୁକ୍ତି ଦେଇଛି । ଏ ସମସ୍ତ କର୍ମଚାରୀଙ୍କ ଇପିଏଫ୍ , ଇଏସ୍ ଆଇ କଟା ଯାଉଥିଲେ ମଧ୍ୟ ଜମାକରାଯାଉ ନାହିଁ ବୋଲି ପ୍ରଭାତି ସାହୁ, ନିର୍ମଳ ଦାସ, ସଯୁକ୍ତା ସେଠୀ, ରଶ୍ମିତା ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଏପରିକି ଚୁକ୍ତି ଅନୁଯାୟୀ ସେମାନଙ୍କୁ ବେତନ ଦିଆଯାଉନାହିଁ । ଫଳରେ ସେମାନଙ୍କର ସାମାଜିକ ନିରାପତ୍ତା ବିପନ୍ନ ହେଉଛି । ଏ ସଂପର୍କରେ ପଚାରିଲେ ଚାକିରୀରୁ କାଢିଦେବାର ଭୟ ଦେଖାଇବା ସହ କେତେକଙ୍କୁ କାର୍ଯ୍ୟ ବନ୍ଦ କରିଦିଆଯାଇଥିବାର ଜଣାପଡ଼ିଛି । ସରକାରଙ୍କ ନିୟମାନୁଯାୟୀ ଏହି ଦାୟିତ୍ୱ ପାଇଁ ଆବେଦନ କରିବାକୁ ଗୋଟିଏ ସଂସ୍ଥା ପଂଜିକୃତ ହୋଇଥିବା ଦରକାର ।

ଦ୍ୱିତୀୟଃ ଲେବର ଲାଇସେନ୍ସ ଅପ୍‌ଡ଼େଟ୍ ସହ ଇପିଏଫ୍‌, ଇଏସ୍ ଆଇ ପଞ୍ଜି କରଣ, ଆଇଟି ରିଟର୍ଣ୍ଣ, ଅଡ଼ିଟ୍‌, ଗୃହବିଭାଗର ପସରା ଲାଇସେନ୍ସ ରହିବା ବାଧ୍ୟତାମୂଳକ । ଏ ସମସ୍ତ ଆବଶ୍ୟକତା ପୂରଣ କଲେ ଗୋଟିଏ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ପାରିବ କିନ୍ତୁ ଜିଲ୍ଳା ମୁଖ୍ୟଚିକିତ୍ସାଳୟରେ ଟେଣ୍ଡର ପ୍ରକ୍ରିୟାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୨୦୧୬ ମସିହାରୁ ପ୍ରତ୍ୟେକ ବର୍ଷ ଟେଣ୍ଡର ହୋଇ ଚାଲିଛି । କିନ୍ତୁ ପ୍ରକ୍ରିୟା ଶେଷହେବା ପୂବରୁ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସର୍ଭିସ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଚାଲିଛନ୍ତି । ଅପରପକ୍ଷେ ଉଚ୍ଚ ନ୍ୟାୟାଳୟରେ ଏହାର ସମାଧାନ କିପରି ହେବ ସେ ଉପରେ ଅଭିଯୋଗ ଫର୍ଦ୍ଦ ନଦେଇ ଜିଲ୍ଳା ସ୍ୱାସ୍ଥ୍ୟବିଭାଗ ପରୋକ୍ଷରେ ନିଜେ କରିଥିବା ଅନୀୟମିତତାକୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି । ସାରଳା ସିକ୍ୟୁରିଟି ଦାୟିତ୍ୱରେ ଥିବା ଫେସିଲିଟି ସର୍ଭିସ୍ ନିକଟରେ ପସରା ଲାଇସେନ୍ସ ନାହିଁ । ଏ ସମ୍ପର୍କରେ ପୂର୍ବରୁ ଏକ ସଂସ୍ଥା ତା ୩.୦୭.୨୦ ରିଖରେ ସିଡ଼ିଏମ୍‌ଓଙ୍କ ନିକଟରେ ଗୃହବିଭାଗର ସୂଚନା ତଥ୍ୟ ମୂଳେ ଅଭିଯୋଗ କରିଥିଲେ ବି ସେ ଏଥିପ୍ରତି ନିରବ ରହିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନର ସିଡ଼ିଏମ୍‌ଓ ଏ ଦିଗରେ ଆନ୍ତରିକତା ପ୍ରକାଶ କରି କୋର୍ଟରେ ଷ୍ଟେ ଭେକନ୍‌ସି କରି ଓପନ ଟେଣ୍ଡର କରିଥିଲେ । ଫାଇନାଲ୍ ଷ୍ଟେଜକୁ ଦୁଇଟି ସଂସ୍ଥା ମନୋନୀତ ହୋଇଥିଲେ ମଧ୍ୟ ଭୁବନେଶ୍ୱରସ୍ଥିତ ଏକ ସଂସ୍ଥା କେକେ ସିକ୍ୟୁରିଟି ସର୍ଭିସ୍ ଓହରି ଯାଇଥିଲା । ତେଣୁ ଭବାନୀ ସିକ୍ୟୁରିଟିକୁ ଦାୟିତ୍ୱ ନେବାକୁ ସିଡ଼ିଏମ୍‌ଓ ପତ୍ର ନଂ ୫୮୭୯ / ୪.୬.୨୧ରେ ଅର୍ଡ଼ର ଦେଇଥିଲେ । ଏଥିନିମିତ୍ତ ଉକ୍ତ ସଂସ୍ଥା ସିକ୍ୟୁରିଟି ମନି ଭାବେ ଆଠଲକ୍ଷ ପଚିଶ ହଜାର ଡ଼ିପୋଜିଟି କଲାପରେ ଏଗ୍ରିମେଣ୍ଟ କରିବାକୁ ୧.୭.୨୧ରେ ଅର୍ଡ଼ର କରିଥିଲେ । କିନ୍ତୁ କୌଣସି କାରଣ ପାଇଁ ସିଡ଼ିଏମ୍‌ଓ ଏଗ୍ରିମେଣ୍ଟ ନକରି ନିରବ ବସିଛନ୍ତି । ତେଣୁ ଆଉଟ୍‌ସୋସିଂ ସଂସ୍ଥାରେ କାର୍ଯ୍ୟରତ ଏ ସମସ୍ତ କର୍ମଚାରୀଙ୍କ ସାମାଜିକ ନିରାପତ୍ତା ଯେପରି ବିପନ୍ନ ନହୁଏ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.