Home ଜିଲ୍ଲା ପରିକ୍ରମା ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ମ୍ୟାଟ୍ରିକ୍ ଟପ୍ପର ଜିତେନ୍‌ଙ୍କୁ ସମ୍ବର୍ଦ୍ଧନା – ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ...

ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ମ୍ୟାଟ୍ରିକ୍ ଟପ୍ପର ଜିତେନ୍‌ଙ୍କୁ ସମ୍ବର୍ଦ୍ଧନା – ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ଘୋଷଣା

104

ବାଲେଶ୍ୱର, ୭-୮(ଓଡ଼ିଆ ପୁଅ/ଅଭୟ ଦାସ): ସମାଜର ଗରିବ ଓ ଅବହେଳିତଙ୍କୁ ସାହାଯ୍ୟ ସହଯୋଗ କରିଆସୁଥିବା ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନ୍ ସମ୍ପ୍ରତି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନର ହାତ ବଢ଼ାଇଛନ୍ତି। ଏହି ପରିିପ୍ରେକ୍ଷୀରେ ଚଳିତ ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ୯୭.୧୬ ପ୍ରତିଶତ ଅର୍ଥାତ ୫୮୩ ନମ୍ବର ରଖି ବାଲେଶ୍ୱର ଜିଲ୍ଳାର ଟପ୍ପର ହୋଇଥିବା ରେମୁଣା ହାଇସ୍କୁଲର ଛାତ୍ର ଜିତେନ୍ ମହାଳିକଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନର ମୁଖ୍ୟ ଡକ୍ଟର ବେଣୁମାଧବ ପଣ୍ଡା କୃତୀଛାତ୍ର ଜିତେନ୍‌ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବାଲେଶ୍ୱର ପାଇଁ ଗୌରବ ଆଣିଥିବା ଏହି ଛାତ୍ର ଜିଲ୍ଲାର ନାମକୁ ଆହୁରି ଉଚ୍ଚକୁ ନେବ ବୋଲି ସେ କହିଥିଲେ। ଭବିଷ୍ୟତରେ ଜିତେନର ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଡକ୍ଟର ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। କେବଳ ଜିତେନ୍ ନୁହେଁ ଜିଲ୍ଳାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବି ଅନୁରୂପ ଭାବେ ସାହାଯ୍ୟ କରିବେ ବୋଲି ସେ କହିଥିଲେ। ପୁଷ୍ପଗୁଚ୍ଛ ଓ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପୂର୍ବକ ସେ ଜିତେନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ଦୀର୍ଘଦିନ ଧରି ପାଖରେ ରଖି ମାଗଣାରେ ଶିକ୍ଷା ଦେଉଥିବା ରେମୁଣା ଅଞ୍ଚଳର ଖ୍ୟାତନାମା ଶିକ୍ଷକ ନିଆମତ୍ ଖାଁ ଓରଫ୍ ବାବୁ ସାର ଓ ଜିତେନ୍‌ର ମାଆଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନାକୁ ନେଇ ଛାତ୍ର ଜିତେନ୍ ବେଶ ସନ୍ତୋଷ ପ୍ରକାଶ ସହ ଡକ୍ଟର ପଣ୍ଡାଙ୍କ ବଦାନ୍ୟତା ପ୍ରତି କୃତଜ୍ଞତା ଜଣାଇଥିଲେ। ପିତାମାତା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରିୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବିଶେଷ କରି ବାବୁ ସାରଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି ଜିତେନ୍। ଭବିଷ୍ୟତରେ ଜଣେ ବୈଜ୍ଞାନିନ ହୋଇ ଦେଶ ପାଇଁ କିଛି ନୂଆ କରିବାର ଆଶ ରଖିଛନ୍ତି ସେ। ବାବୁ ସାର ମଧ୍ୟ ଜତେନ୍‌ର ସଫଳତାକୁ ନେଇ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କର ପ୍ରଚେଷ୍ଟା ଥିଲେ ବି ଜିତେନ୍‌ର କଠୋର ସାଧନା ଯୋଗୁଁ ଏହି ସଫଳତା ସମ୍ଭବ ହୋଇ ପାରିଛି ବୋଲି ସେ କହିଥିଲେ। ସତ୍ୟସାଇ ସୋସଆଲ ଅର୍ଗାନାଇଜେସନର କର୍ମକର୍ତ୍ତାଙ୍କୁ ସେ ସାଧୁବାଦ ଜଣାଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଭାଗ୍ୟ ଉଦିତ୍ ଦାସପଟ୍ଟନାୟକ, ବିଭୂଦତ୍ତ ପରିଡ଼ା, ରାହୁଲ କର, ସମରଜିତ୍ ପାତ୍ର, ଜ୍ୟୋତିରଂଜନ ମହାନ୍ତିଙ୍କ ସମେତ ସତ୍ୟସାଇ ସୋସିଆଲ ଅର୍ଗାନାଇଜେସନର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.