Home ଜିଲ୍ଲା ପରିକ୍ରମା ଜରାଗ୍ରସ୍ତ ବାପା ମାଆଙ୍କୁ ଚାହିଁଲେନି ୩ ପାରିଲା ପୁଅ – ନ୍ୟାୟ ପାଇଁ ପ୍ରଶାସନଠାରେ ବୃଦ୍ଧ...

ଜରାଗ୍ରସ୍ତ ବାପା ମାଆଙ୍କୁ ଚାହିଁଲେନି ୩ ପାରିଲା ପୁଅ – ନ୍ୟାୟ ପାଇଁ ପ୍ରଶାସନଠାରେ ବୃଦ୍ଧ ପିତାମାତାଙ୍କ ଗୁହାରୀ

158

ବାଲେଶ୍ୱର,୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜନ୍ମ ଦେଇଥିବା ୩ ପାରିଲା ପୁଅଙ୍କଠାରୁ ଉଚିତ ସେବା ନ ପାଇ ବୃଦ୍ଧ ପିତାମାତା ଶେଷରେ ପ୍ରଶାସନ ନିକଟରେ ଗୁହାରୀ କରିବା ଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ବୃଦ୍ଧ ପିତାମାତା ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଆରୁହାବାଡ଼ ଗ୍ରାମର ବାଉଲି ମୁଦୁଲି ଓ ଲୋପା ମୁଦୁଲି। ନ୍ୟାୟ ପାଇଁ ସେମାନେ ବାଲେଶ୍ୱର ଉପ-ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଦିନ ଦୀର୍ଘ ସମୟଧରି ବସି ରହିଥିବା ଦେଖିବାକୁ ମିଳିଥିଲା। କରିଥିବା ଆପତ୍ତି ଅନୁସାରେ ସେମାନଙ୍କର ତିନିପୁତ୍ର କମଳାକାନ୍ତ ମୁଦୁଲି, ମନୋରଂଜନ ମୁଦୁଲି ଓ କେଦାର ମୁଦୁଲି ନିଜ ନିଜର ପରିବାର ସହ ସୁଖ ସ୍ୱାଚ୍ଛନ୍ଦରେ ରହୁଥିଲେ ବି ବୃଦ୍ଧ ପିତାମାତାଙ୍କ ପ୍ରତି ସର୍ବଦା କଠୋର ମନୋଭାବ ପୋଷଣ କରୁଛନ୍ତି। ବଡ଼ପୁଅ କମଳାକାନ୍ତ ନିଜର ପରିବାର ସହ ବାହାର ରାଜ୍ୟରେ ରହୁଥିବା ବେଳେ ମଧ୍ୟମ ପୁତ୍ର ମନୋରଂଜନ ଓ କେଦାର ଆରୁହାବାଡ଼ସ୍ଥିତ ପୈତୃକ ଗୃହରେ ଭିନ୍ନେ ହୋଇ ରହୁଛନ୍ତି। ସାନପୁଅ କେଦାର ନିକଟରେ ଏବେ ଉଭୟ ପିତାମାତା ରହୁଥିଲେ ବି ସେମାନଙ୍କୁ କେଦାରଙ୍କ ପତ୍ନୀ ଭଲ ଦୃଷ୍ଟିରେ ଦେଖ ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ମଝିଆଁ ପୁଅ ମନୋରଂଜନ କେବେ ବି ତାଙ୍କୁ ଗୋଟିଏ ବକ୍ତ ଖାଇବାକୁ ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏମିତିକି ବହୁବାର ସେ ଓ ତା’ର ପତ୍ନୀ ସେମାନଙ୍କୁ ମାଡ଼ ମାରିଥିବା ଉଭୟ ପିତାମାତା କହିଛନ୍ତି। ଯଦିଚଃ ସେମାନେ ଉଭୟ ବାର୍ଦ୍ଧକ୍ୟ ଭାତ୍ତା ପାଉଛନ୍ତି, ତେବେ ରୋଗାଗ୍ରସ୍ତ ପତ୍ନୀ ଲୋପାଙ୍କର ଔଷଧ ଖର୍ଚ୍ଚକୁ ତାହା ନିଅଣ୍ଟ ହେଉଥିବା ବାଉଲି ମୁଦୁଲି ପ୍ରକାଶ କରିଛନ୍ତି। ସେମାନଙ୍କ ସମସ୍ୟା ବାବଦରେ ଉଚିତ ପଦକ୍ଷେପ ନେବା ସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଉଭୟ ବୃଦ୍ଧ ଦମ୍ପତି ଉପ-ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ତେବେ ସମୋନଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.