Home କୋରାପୁଟ ସତସଂଘବିହାର ଜୟଗୁର ଆଶ୍ରମରେ ବୃକ୍ଷରୋପଣ

ସତସଂଘବିହାର ଜୟଗୁର ଆଶ୍ରମରେ ବୃକ୍ଷରୋପଣ

86

କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡାସ୍ଥିତ ସତସଂଘବିହାର ଜୟଗୁରୁ ଆଶ୍ରମ ପରିସରରେ ସୁନାବେଡା ଓ ସେମିଲିଗୁଡା ସହରର ସ୍ୱେଛାସେବୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସାହୁ ,ଯୁବନେତା ଭରତ ମଲ୍ଲିକ,ଡାକ୍ତର ରଜତ କୁମାର ମଲ୍ଲିକ  ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।ସେମିଲିଗୁଡା ସହରରେ ଜନବସତି ବୃଦ୍ଧି ପାଉଥିବା ବେଳେ ବୃକ୍ଷଲତା ସଂଖ୍ୟା ହ୍ରାସ ପାଉଥିବା କାରଣରୁ ସହରରେ ବ୍ୟାପକ ବୃକ୍ଷରୋପଣ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା ।ସମାଜସେବୀ ଶେଖ ଇବ୍ରାହିମ,ଗୋବିନ୍ଦ ବଲ୍ଲଭ ପାଢୀ ,ସ୍ୱରାଜ କୁମାର ରାୟ,ଶାହେବା ପରଓିନ,ଚିନ୍ତାମଣି ପୃଷ୍ଟି,ମିନା କୁମାରୀ ପୃଷ୍ଟିଙ୍କ ସମେତ ଅନୁସୂୟା ଗୈାଡ ,ଉତମ ଜେନା ,ଗୀାତଞଳି ଜେନା ଓ ସନାତନ ରାୟ ପ୍ରମୁଖ ଯୋଗଦେଇ ଚମ୍ପା,ଆତ ,ପୁଜିଳି,ଅଁଳା ଆଦି ବିଭିନ୍ନ କିସମର ବୃକ୍ଷରୋପଣ କରିଥିଲେ ।ରଜନୀକାନ୍ତ ନାୟକ ,ତୁଷାର ରଂଜନ ପଣ୍ଡା ଓ ପରିତୋଷ ନାୟକ ପ୍ରମୁଖ ଆଶ୍ରମର କର୍ମକର୍ତା କାର୍ଯ୍ୟକ୍ରମରେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.