Home କୋରାପୁଟ କୋରାପୁଟ  ଜିଲ୍ଲା ବଧିର ସଂଘ ତରଫରୁ ଶୋକସଭା

କୋରାପୁଟ  ଜିଲ୍ଲା ବଧିର ସଂଘ ତରଫରୁ ଶୋକସଭା

24

କୋରାପୁଟ ୧୩-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ବଧିର ସଂଘର ଯୁଗ୍ମ ସଂପାଦକ ପ୍ରବୀଣ କୁମାର ସାହୁ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବାରୁ ସଂଘ ତରଫରୁ ଏକ ଶୋକସଭା ଅନୁଷ୍‌ଠିତ ହୋଇଯାଇଛି ।ସଂଘର ସଭାପତି ଶେଖ ଇବ୍ରାହିମଙ୍କ ସଭାପତିତ୍ୱରେ ଆୟୋଜିତ ଶୋକସଭାରେ ଉପଦେଷ୍ଟା ତଥା ସମାଜସେବୀ ଡ. ଉମା ଶଙ୍କର ପ୍ରସାଦ ପାତ୍ର ,ଗୋବୁନ୍ଦ ବଲ୍ଲଭ ପାଢୀଙ୍କ ସମେତ ସଂପାଦକ ଚିନ୍ତାମଣି ପୃଷ୍ଟି ,ବ୍ରହ୍ମାଚରଣ ଗୈାଡ ,ମୀନା କୁମାରୀ ପୃଷ୍ଠି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରବୀଣ କୁମାର ସାହୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ ।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଏତତବ୍ୟତୀତ ତାଙ୍କ ସ୍ମୃତିରେ ଏକ ଭଲିବଲ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିଲା ।କୋଭିଡରେ ଆକ୍ରାନ୍ତ ହୋଇ ସେ ମୃତ୍ୟବରଣ କରିଥିବାରୁ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ପାଇଁ ଆଲୋଚନା କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ବଧିର ସଂଘର ବରିଷ୍ଠ ସଦସ୍ୟ ଟୁଟୁ ଗୈାଡ ,ଶିବରାମ ମଣ୍ଡଳ,ବି.ଶ୍ରୀଦେବୀ,ଅରୁଣ କୁଲଦୀପ,ଧନୁର୍ଜୟ ଖରା,ମହେଶ୍ୱର ଗୈାଡ,ଅର୍ଜୁନ ଖିଲ, ଗୁଲଶନ କୁମାର କୁଲଦୀପ,ଶିଶିର ଗୈାଡ ,ଉମାକାନ୍ତ ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.