Home କଳାହାଣ୍ଡି ସଡକ ସୁରକ୍ଷା ସଚେତନତା, କଳାହାଣ୍ଡି ପୋଲିସର ଅଭିନବ ପ୍ରୟାସ

ସଡକ ସୁରକ୍ଷା ସଚେତନତା, କଳାହାଣ୍ଡି ପୋଲିସର ଅଭିନବ ପ୍ରୟାସ

26

କଳାହାଣ୍ଡି ୨୪.୦୧.୨୦୨୧ ( ଓଡିଆପୁଅ) ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାରେ ସମସ୍ତ ପୋଲିସ ଥାନା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି । ପୋଲିସ ପକ୍ଷରୁ ସ୍ଥାନୀୟ ଅଂଚଳରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ତଥା ରାସ୍ତା ଉପରେ ଦୁଇ ଚକିଆ ଚାଲକଙ୍କୁ ହେଲମେଟ ଓ ଚାରିଚକିଆ ଚାଲକଙ୍କୁ ସିଟ ବେଲଟ ସଂପର୍କରେ ସଚେତନତା କରାଯାଇଛି ।

ଜୁନାଗଡ ଥାନା ପକ୍ଷରୁ ଅଭିନବ ଉପାୟରେ ସହର ମଧ୍ୟରେ ଯାଇଥିବା ରାଜରାସ୍ତାରେ ହେଲମେଟ ପିନ୍ଧିଥିବା ବାଇକ ଚାଲକ ଓ ସିଟ ବେଲ୍ଟ ଲଗାଇ ଯାଉଥିବା ଗାଡି ଚାଲକଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ କରାଯାଇଛି । ପୋଲିସ ବିଭାଗ ପକ୍ଷରୁ ଏଭଲି ପଦକ୍ଷେପ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି । ଜିଲ୍ଲାର ସହରାଂଚଳ ଭବାନୀପାଟନା, କେସିଙ୍ଗା, ଜୁନାଗଡ ତଥା ଧର୍ମଗଡ ସହର ରେ ସ୍ଥାନୀୟ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯାଇଥିବା ବେଳେ ଅନ୍ୟ ସମସ୍ତ ପୋଲିସ ଥାନା ଓ ଫାଣ୍ଡି ମାନଙ୍କରେ ମଧ୍ୟ ସ୍ଥାନୀୟ ଅଂଚଳରେ ସଚେତନତା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.