Home ଜିଲ୍ଲା ପରିକ୍ରମା କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ ନେଇ ଥାନାରେ ମାମଲା

କଳାହାଣ୍ଡିରେ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ ନେଇ ଥାନାରେ ମାମଲା

34

କଳାହାଣ୍ଡି ୨୪.୦୧.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଗତ ୧୪ ତାରିଖ ଦିନ ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଗନ କରାଯାଇଥିବା ନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ଦାଏର କରାଯାଇଥିବା ଜଣାପଡିଛି ।

ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ମୂଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ବହୁ ମନ୍ତ୍ରୀ, ବିଧାୟକ, ୫ଟି ସଚିବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସଭାମଂଚରେ ଉପସ୍ଥିତ ଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ୩ ହଜାରରୁ ଅଧିକ ଜନସମାଗମ କରାଯାଇଥିଲା ।

ସରକାରୀ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ପତାକା ବ୍ୟବହାର କରାଯାଇ  ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି । ସେହିପରି ୧୩ ତାରିଖ ଦିନ ମନ୍ତ୍ରୀ, ଏମଏଲଏ ମାନେ ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଠୁଳ କରିଥିବା ବେଳେ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏନେଇ କଂଗ୍ରେସ ଦଳ ପକ୍ଷରୁ ଧର୍ମଗଡ, କୋକସରା ଏବଂ ଜୟପାଟଣା ଥାନାରେ ପୃଥକ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.