Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣା, ୪ ଆହତ

ସଡକ ଦୁର୍ଘଟଣା, ୪ ଆହତ

9

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ଖୋଳାମୁହଁ ନିକଟ ନଟିଆ ଜେନା ବାଙ୍କରେ ବୁଧବାର ବିଳମ୍ବିତ ରାତ୍ରରେ ସଡକ ଦୁର୍ଘଟଣା ହୋଇ ୪ ଆରୋହୀ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ଓଡି ୨୩ କେ ୬୯୪୨ ନଂ ଭଦ୍ରକ ଆଡୁ ଯାଜପୁରକୁ ଫେରୁଥିବା ବେଳେ କୁହୁଡି ପ୍ରଭାବରେ ରାସ୍ତା ଅଦୃଶ୍ୟ ଥିଲା । ଅତିଶୟ ବାଙ୍କ ଥିବା ଓ କୌଣସି ସୂଚନା ଫଳକ ନଥିବାରୁ କାର ଚାଳକ କିଛଇ ବୁଝିବା ଆଗରୁ ୪ଫୁଟ ନିଚ୍ଚା ରାସ୍ତା ତଳକୁ ଖସିଯାଇଥିଲା । ଫଳରେ ଚାଳକ ମୁଣ୍ଡରେ ଆଘାତପ୍ରାପ୍ତ ହେବା ସହ ଅନ୍ୟ ୩ଆରୋହୀ ଆହତ ହୋଇଥିଲେ । ଆହତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ କାରକୁ ଉଠାଇ ଯାଜପୁରକୁ ନିଆଯାଇଥିବା ଜଣାଯାଇଛି । ଏଥିନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.