Home ଜିଲ୍ଲା ପରିକ୍ରମା ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ୱା ଘଟଣାରେ ଶିକ୍ଷୟତ୍ରୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ୱା ଘଟଣାରେ ଶିକ୍ଷୟତ୍ରୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

22

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଜନୈକ ନବମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣାରେ ଜଣେ ଅଭିଯୁକ୍ତ ବୁଧବାର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ବିରିଡି ଗ୍ରାମରେ ଅବସ୍ଥିତ ଘରୋଇ ସ୍କୁଲ ଶିକ୍ଷୟତ୍ରୀ ତଥା ହଷେ୍‌ଟଲ ୱାଡେନ ଝୁନା ଓରଫ ଆରତୀ ସାହୁ ବୋଲି ଜଣାପଡିଛି । ବିରିଡିସ୍ଥିତ ସଂପୃକ୍ତ ଘରୋଇ ସ୍କୁଲର ହଷ୍ଟେଲରେ ରହି ନିର୍ଗୁଣ୍ଡି ପଞ୍ଚାୟତ ଅଞ୍ଚଳର ପୀଡିତା ସପ୍ତମ ଶ୍ରେଣୀ ପାସ କରିବା ପରେ ସ୍ଥାନୀୟ ସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ପାଠ ପଢୁଥିଲେ ହେଁ ଘରୋଇ ସ୍କୁଲ ହଷ୍ଟେଲରେ ପୂର୍ବଭଳି ରହୁଥିଲେ । ଛାତ୍ରୀଙ୍କ ଅସହାୟତାର ସୁଯୋଗ ନେଇ ଏହି ଫାର୍ଡି ଅନ୍ତର୍ଗତ ନୂଆପାଟଣା ବାବଲପୁର ଗ୍ରାମର ଅମର ସାହୁ ଘରୋଇ ସ୍କୁଲ ପରିସରରେ ବାରମ୍ବାର ଦୁଷ୍କର୍ମ କରି ଅନ୍ତସତ୍ତ୍ୱା କରିଥିଲା । ଘରୋଇ ସ୍କୁଲ କତ୍ତୃପକ୍ଷ ସବୁ ଜାଣି ଅଜଣା ରହିଥିଲେ । ଛାତ୍ରୀ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଶ୍ରମିକ ପିତାଙ୍କ ଠାରୁ ଅର୍ଥ ସ୍କୁଲ କତ୍ତୃପକ୍ଷ ନେଇଥିଲେ । ମାତ୍ର ଅତିଶୟ ଯନ୍ତ୍ରଣା ହେବାରୁ ତାଙ୍କୁ ଘରକୁ ନେଇ ଚିକିତ୍ସା କରିବାକୁ ବୋଡିଂ ସ୍କୁଲ ପକ୍ଷରୁ କୁହାଯାଇଥିଲା । ଡାକ୍ତରୀ ପରୀକ୍ଷା ପରେ ଛାତ୍ରୀ ଜଣକ ଅନ୍ତଃସତ୍ତ୍ୱା ଥିବା ଜଣାପଡିଥିଲା । ଏ ସମ୍ପର୍କରେ ଛାତ୍ରୀଙ୍କ ଅଭିଭାବକ ପକ୍ଷରୁ ଫାଣ୍ଡିରେ ଜାନୁୟାରୀ ୫ ତାରିଖ ଶୁକ୍ରବାର ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଥାନାରେ ୮/୨୪ନଂ ମାମଲା ମୁଖ୍ୟ ଅଭିଯୁକ୍ତ ଅମର ସମେତ ଝୁନୁ ଓ ଅନ୍ୟମାନଙ୍କ ନାମରେ ଋଜୁ ହୋଇ ସଂପୃକ୍ତ ଛାତ୍ରୀଙ୍କୁ ଭଦ୍ରକ ସଟ୍ର ଷ୍ଟେ ହୋମକୁ ପଠାଯାଇଥିଲା । ପୁଲିସ ଘଟଣାକୁ ନେଇ ଅସମ୍ଭବ ନିରବତା ଅବଲମ୍ବନ କରିଥିଲା । ଜଣେ ସହ ଅଭିଯୁକ୍ତ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କୁ ପୁଲିସ ପଛଘୁଞ୍ଚା ଦେଉଛି ବୋଲି ସମାଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.