Home ଜିଲ୍ଲା ପରିକ୍ରମା ଆଗରପଡାରେ ଚୋରା ବାଲି ଗାଡି ଜବତ

ଆଗରପଡାରେ ଚୋରା ବାଲି ଗାଡି ଜବତ

6

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ବ୍ଲକ ଆଗରପଡା ବଜାରର କାଣ୍ଡବା ପୋଲ ଠାରେ ଖଣି ବିଭାଗ ୫ଗୋଟି ଚୋରା ବାଲି ବୋଝେଇ ଟିପରକୁ ଜବତ କରିଛି । ସୂଚନାଯୋଗ୍ୟ ଯେ ଆଜି ସକାଳ ସମୟରେ ଖଣି ବିଭାଗ ବନ୍ତ ବଜାର ଦେଇ ଆଗରପଡା ରାସ୍ତାରେ ଯାଉଥିବା ଓଆର୍‌୦୧କେ-୨୬୭୫, ଓଆର୍‌୦୪କେ-୨୬୭୫ନଂ ବାଲି ବୋଝେଇ ହାଇଓା୍ୱକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ମାତ୍ର ଗାଡ଼ିର ଚାଳକମାନେ ବୋଝେଇ ହୋଇଥିବା ବାଲିର ଉପଯୁକ୍ତ କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ବାଲି ବୋଝେଇ ହାଇଓା୍ୱ ଗୁଡିକୁ ଜବତ୍ କରି କର୍ମଚାରୀ ମାନେ ଭଦ୍ରକ ଖଣି ବିଭାଗ କାର୍ଯ୍ୟାଳୟକୁ ନେଇଯାଇଥିବା ଜଣାଯାଇଛି । ସେଠାରେ ଜରିମାନା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.