Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ୨ ଗୁରୁତର

ସଡକ ଦୁର୍ଘଟଣାରେ ୨ ଗୁରୁତର

44

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଚେକଗେଟ ନିକଟରେ ଆଜି ଦିନ ପ୍ରାୟ ୧୦.୩୦ମି. ସମୟରେ ଏକ ଅଜଣା ଟ୍ରକକୁ ଟାଟା ଏସି ପଛରୁ ପିଟିବା ଫଳରେ ଚାଳକ ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସଂପୃକ୍ତ ସ୍ଥାନରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ପାଣିକୋଇଲି ଅଭିମୁଖି ଓଡି ୦୫ ଏଫ ୦୪୩୫ ନଂ ଟାଟା ଏସି ଭାରସାମ୍ୟ ହରାଇ ପଛରୁ ପିଟିଥିଲା। ଫଳରେ ଟାଟା ଏସିର ସମ୍ମୁଖ ଭାଗ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଟାଟା ଏସିର ଚାଳକ ଜଗତପୁର ଅଞ୍ଚଳର ମିଟୁ ସିଂ ଓ ହେଲପର ଧନଞ୍ଜୟ ଦାସ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ଉଭୟ ଆହତଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଇ ଦିଆଯାଇଥିଲା। ଘଟଣାରେ ଟ୍ରକ ଫେରାର ହୋଇଯାଇଥିଲା। ପୁଲିସ ଟାଟା ଏସିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.