Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଆଜାଦ୍‌କୀ ଅମୃତ ମହୋତ୍ସବ ସମାରୋହରେ ପାଳିତ

ଗାନ୍ଧୀ ବାଳାଶ୍ରମରେ ଆଜାଦ୍‌କୀ ଅମୃତ ମହୋତ୍ସବ ସମାରୋହରେ ପାଳିତ

40

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ର ୭୫ ବର୍ଷ ପୁର୍ତି ପାଳନ ଅବସରରେ ଆଜାଦ୍‌କୀ ଅମୃତ ମହୋତ୍ସବ ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ବ୍ୟାପୀ ପରିକ୍ରମା କରୁଥିବା ଅହିଂସା ରଥ ସ୍ଥାନୀୟ ସଙ୍ଗତ ଛକ ଠାରେ ପହଁଚିବା ପରେ ଗାନ୍ଧୀ ବାଳାଶ୍ରମ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଉଚ୍ଛସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତତ୍‌ପରେ ଏକ ବିରାଟ ଶୋଭାଯାତ୍ରାରେ ଅହଂସା ରଥ ଗାନ୍ଧୀ ବାଳାଶ୍ରମଠାରେ ପହଁଚିଥିଲା। ଉକ୍ତ ଶୋଭାଯାତ୍ରାରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ, ବୁଢ଼ା ଗଣେଶ ପୂଜା କମିଟି, ଗରଦପୁର ଗ୍ରାମ୍ୟ ବିକାଶ ସମିିତି, ଭାଗିରଥୀ ପାଠାଗାର, ବଂଶୀ ବଲ୍ଲଭ ସାହିତ୍ୟ ସଂସଦ, ନୂଆସାହି ଶ୍ରୀରାମ ନବମୀ ପୂଜା କମିଟି, ମହାତ୍ମାଗାନ୍ଧୀ ବିଚାର ମଂଚ, ଚକ୍ରଧର ବେହେରା ସ୍ମୃତି କମିଟି ଗୁଡ଼ିକ ଉକ୍ତ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହାପରେ ବାଳାଶ୍ରମ ପରିସରରେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ସଞ୍ଜୀବ କୁମାର ମଲ୍ଲିକ, ପୌରର୍ନିବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ମହାତ୍ମାଗାନ୍ଧୀ ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ସମ୍ପାଦକ ସୁଧାକର ରାଉତ, ଶିକ୍ଷାବିତ୍ ଡ. ଗୋଲକ ବିହାରୀ ସାହୁ, କବିୟତ୍ରୀ ଶାନ୍ତିଲତା ନାଗ, ସମାଜସେବୀ ବିଦ୍ୟାଧର ସାହୁ ଇତ୍ୟାଦି ଯୋଗଦାନ କରି ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ସଭା ପ୍ରାରମ୍ଭରେ ସମ୍ପାଦକ ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ କଳାକାର କାଳନ୍ଦୀ ମଳିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅଧିକ୍ଷକ ହୃଷିକେଶ ମହାନ୍ତି। ସଭା ଶେଷରେ ବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.