Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

64

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କହରାପୋଖରୀ ଶାସନ ଗ୍ରାମର ୨୬ ବର୍ଷୀୟ ଯୁବକ ସରୋଜ ପଣ୍ଡା ଆଜି ଅପରାହ୍ନରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାଯାଇଛି । ୧୬ ନଂ ଜାତୀୟ ରାଜପଥର ହୋଟେଲ କିଙ୍ଗ ସମ୍ମୁଖରେ ସରୋଜ ଘରକୁ ଯାଉଥିବା ବେଳେ ପଛରୁଏକ ହାଇୱା ଧକ୍କା ଦେଇଥିଲା । ନିକଟରେ ଥିବା ଗ୍ରାମବାସୀମାନେ ହାଇୱାକୁ ଅଟକାଇବା ସହ ଗୁରୁତର ଆହତ ସରୋଜକୁ ପ୍ରଥମେ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ପଠାଇ ଦିଆଯାଇଥିଲା । ମାତ୍ର ଭଦ୍ରକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଥାନାରେ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଉଥିବା ଜଣାଯାଇଛି । ହାଇୱାକୁ ପୁଲିସ ଜବତ କରିଛି । ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ଯୁବକ ସରୋଜ ବି.ଟେକ. ଛାତ୍ର ଥିôବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.