Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

65

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ନେରଡା ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ ହେବା ଘଟଣାରେ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ଅଞ୍ଚଳର ଭାସ୍କର ଚନ୍ଦ୍ର ପାଢୀଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ପୁତ୍ର ଜୟନ୍ତ(୨୦) ସମ୍ପର୍କୀୟ ଗୟାଧର ମହାକୁଡଙ୍କ ଓଡି ୨୨ ୟୁ ୫୦୨୪ ବାଇକ ଯୋଗେ ପୁରୀ ଯାଉଥିଲେ। ଗୟାଧରଙ୍କ ଦ୍ରୁତ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା। ପଛରେ ବସିଥିବା ଜୟନ୍ତ ମୁଣ୍ଡରେ ଗୁରୁତର ଆଘାତପ୍ରାପ୍ତ ଆହତ ହୋଇଥିଲେ। ତାଙ୍କ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ଆଧାରରେ ମାମଲା ଋଜୁ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.