Home ଜିଲ୍ଲା ପରିକ୍ରମା ନିତ୍ୟାନନ୍ଦ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

ନିତ୍ୟାନନ୍ଦ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

51

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ରାଜନେତା, ସମାଜସେବୀ, ଭାଗିରଥୀ ପାଠାଗାରର ସଭାପତି ସ୍ୱର୍ଗତ ନିତ୍ୟାନନ୍ଦ ଦାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗରଦପୁର ଗ୍ରାମ ବିକାଶ ସମିତି ଆନୂକୁଲ୍ୟରେ ଭାଗିରଥୀ ପାଠାଗାର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶୋକ ସଭାରେ ଗ୍ରାମ ବିକାଶ ସମିତିର ସଭାପତି ଶିକ୍ଷାବିତ୍ ଲକ୍ଷ୍ମଣ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଶ୍ରୀଯୁକ୍ତ ଦାସଙ୍କର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଗ୍ରାମର ବହୁବିଧ ଉନ୍ନତି ପାଇଁ ତାଙ୍କର ନିରନ୍ତର ପ୍ରୟାସ ଓ ଉତ୍ସଗୀକୃତ ମନୋଭାବ ପାଇଁ ତାଙ୍କୁ ଅମର କରି ରଖିବ ବୋଲି କହିଥିଲେ। ସେ ଜଣେ ଏକା ଧାରାରେ ମିଷ୍ଠଭାଷୀ, ସୃଜନମନସ୍କ. କର୍ମଯୋଗୀ, ଦକ୍ଷ ସଂଗଠକ, ନିରୀହଂକାରୀ ଧର୍ମନିଷ୍ଠ ତଥା ବହୁବିଧ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଗ୍ରାମର ହରିନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ, ସତ୍ୟସାଇ ବିଷ୍ଣୁ ମୋହନ ଉଚ୍ଚ ବିଦ୍ୟାଳୟ, ଭାଗବତ ସପ୍ତା କମିଟି ତତ୍ ସହିତ ଗ୍ରାମ ବିକାଶ ସମିତି, ଭାଗିରଥୀ ପାଠାଗାର, ଦୂର୍ଗା ପୂଜା ପରିଚାଳନା ସମିତିର ସଭାପତି ଭାବରେ ଏବଂ ସଦାବର୍ତ ମଠ, ବାବା ବୁଢ଼ା ଗଣେଶ ପରିଚାଳନା କମିଟିରେ ଇତ୍ୟାଦି ବହୁ ଅନୁଷ୍ଠାନରେ କାର୍ଯ୍ୟ କରିଆସୁଥିଲେ। ଉକ୍ତ ଶୋକ ସଭାରେ ଉପସଭାପତି ରବିନାରାୟଣ ଜେନା, ଅଧିବକ୍ତା ମନୋରଞ୍ଜନ ମହାନ୍ତି, ଭାଗିରଥୀ ପାଠାଗାରାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀ, ରାମଚନ୍ଦ୍ର କର, ପ୍ରଦ୍ୟୋତନ ସୁଆର, ନରେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ମଧୁସୁଦନ ତ୍ରିପାଠୀ, ହରିହର ମହାନ୍ତି, ଅଶୋକ କୁମାର ଦାସ, ମୀନକେତନ ମିଶ୍ର, କୈଳାଶ ଚନ୍ଦ୍ର ଦାସ, ପଦ୍ମଲୋଚନ ଖିଲାର ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସଙ୍ଗେ ସଙ୍ଗେ ସ୍ମୃତିଚାରଣ କରଥିଲେ। ପରିଶେଷରେ ଗ୍ରାମ ବିକାଶ ସମିତିର ସମ୍ପାଦକ ହୃଷିକେଶ ମହାନ୍ତି ସ୍ମୃତିଚାରଣ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.