Home ଜିଲ୍ଲା ପରିକ୍ରମା ଓକିଲ ସଂଘ ସଭାପତି ଆଇନ୍‌ଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପରଲୋକ

ଓକିଲ ସଂଘ ସଭାପତି ଆଇନ୍‌ଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପରଲୋକ

37

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନରେ ଓକିଲ ସଂଘ ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପରଲୋକ ହୋଇଛି। ସ୍ୱର୍ଗତଃ ମହାପାତ୍ର କ୍ୟାନସର ରୋଗରେ ପୀଡିତ ଥାଇ ମାସାଧିକ କାଳ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ୱଗତଃ ମହାପାତ୍ରଙ୍କ ମର ଶରୀରକୁ ସନ୍ଧ୍ୟାରେ ଭଦ୍ରକ ନଳାଙ୍ଗ ସ୍ଥିତ କୋର୍ଟ ପରିସରକୁ ଅଣାଯାଇ ପରିକ୍ରମା କରାଯାଇଥିଲା। କୋର୍ଟ ପରିସରରେ ‘ଦିଲ୍ଲୀପ ମହାପାତ୍ର ଅମର ରହେ’ ଧ୍ୱନି ପ୍ରକମ୍ପିତ ହୋଇଥିବାବେଳେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଚାରପତିଙ୍କ ସମେତ ବହୁ ବରିଷ୍ଠ ଓ କନିଷ୍ଠ ଓକିଲ ସ୍ୱର୍ଗତଃ ମହାପାତ୍ରଙ୍କୁ ଶେଷ ଦର୍ଶନ ପୂର୍ବକ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ସ୍ୱଗର୍ତଃ ମହାପାତ୍ର ଜଣେ ବରିଷ୍ଠ ଓକିଲ ଭାବେ ବେଶ୍ ଜଣାଶୁଣା। ସେ ମଧ୍ୟ ଭଦ୍ରକ ଓକିଲ ସଂଘର ବହୁବାର ସଭାପତି ଭାବେରହିଆସିଥିଲେ। ସେ ଜଣେ ହସହସ ମୁଖ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ। କିଛିମାସ ପୂର୍ବରୁ ତାଙ୍କର ଦେହ ଖରାପ ହୋଇଥିବାବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କୁ କ୍ୟାନସର ହୋଇଥିଲା ବୋଲି ଜଣାପଡିଥିଲା। ଶେଷରେ ଆଜି ପୂର୍ବାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ସ୍ୱର୍ଗତଃ ମହାପାତ୍ରଙ୍କ ପରଲୋକରେ ଖାଲି ଓକିଲମାନଙ୍କର ନୁହେଁ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.