Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

20

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁରିକଣା ଗ୍ରାମର ଆଶିଷ କୁମାର ନାୟକ(୪୦) ମଙ୍ଗଳବାର ରାତ୍ର ପ୍ରାୟ ୧୦.୩୦ମି ସମୟରେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଭଦ୍ରକରୁ ବାଇକ ଯୋଗେ ଫେରୁଥିବା ଆଶିଷ ୧୬ନଂ ଜାତୀୟ ରାଜପଥର କହରାପୋଖରୀ ସତସଙ୍ଗ ବିହାର ସମ୍ମୁଖରେ ଆଶିଷ ମୁହଁମାଡି ତଳେ ପଡିଥିବା ଦେଖିଥିଲେ ଜଣେ ଗ୍ରାମବାସୀ । ପାଖରେ ବାଇକ ବି ପଡିଥିଲା । ଆମ୍ବୁଲାନ୍ସ ଯୋଗେ ଆଶିଷକୁ ଭଣ୍ଡାରିପୋଖରୀ ମେଡିକାଲକୁ ପଠାଯାଇଥିଲା । ତାଙ୍କ ନାକରୁ ରକ୍ତ ବହୁଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦିଆଯାଇଥିଲା । ରାତ୍ର ୨.୩୦ମି ସମୟରେ ଆଖି ବୁଝି ଦେଇଥିଲେ ଆଶିଷ । ବୁଧବାର ହେବାକୁ ଥିବା ଝିଅ ଜନ୍ମଦିନ ଅଧୁରା ରହିଗଲା । ବୁଧବାର ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.