Home ଜିଲ୍ଲା ପରିକ୍ରମା ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା

ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା

7

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଫେବୁଆରୀ ୨୪ ତାରିଖରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଥିଲେ ।ଏହି ଘୋଷଣା ନାମାରେ ୨୦ଟି ଜିଲ୍ଲାରେ ୩୪ଟି ଅଂଚଳକୁ ନୁତନ ବିଜ୍ଞାପିତ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ମାତ୍ର ଭଦ୍ରକ ଜିଲ୍ଲାର ଧାମରାକୁ ଏହି ଘୋଷାଣା ନାମାରେ ବାଦ ଦିଆଯାଇଥିଲା । ଧାମରା ଅଂଚଳବାସୀ ଏହାକୁ ବିରୋଧ କରିବା ସହ ରାଜ୍ୟ ସରକାର ଏହାକୁ ପୁନଃ ବିଚାର କରିବାକୁ ଦାବୀ କରିଥିଲେ । ଜନସାଧାରଣଙ୍କ ଦାବି, କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡିଶା ରାଜ୍ୟ ସରକାର ପୁନଶ୍ଚ ଆଜି ଆଉ ୨୨ଟି ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରିଥିବା ବେଳେ ଧାମରାକୁ ପୁନଃ ଏହି ଘୋଷଣା ନାମାରେ ଅର୍ନ୍ତଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ଧାମରା ଅଂଚଳବାସୀ ସ୍ୱାଗତ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାଇ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଧାମରା,ଜାଗୁଳା,ଦୋସିଙ୍ଗା ପଂଚାୟତର ୨୫ଟି ରାଜସ୍ୱ ଗ୍ରାମ ଏବଂ ୧୫ରୁ ଅଧିକ ପଡା ଗ୍ରାମ ସହ କଇଥଖୋଲା ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ୧୦ଟି ପଡା ଗ୍ରାମ କୁ ନେଇ ଏହି ବିଜ୍ଞାପିତ ଅଂଚଳ ଘୋଷଣା କରାଯାଇଛି ।ଧାମରା ରାଜସ୍ୱ ନିରୀକ୍ଷକ ଙ୍କ ଅଧିନରେ ଥିବା ୩ଟି ପଂଚାୟତର ୨୦ହଜାର ଏକର ଏବଂ କଇଥଖୋଲା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ୬ହଜାର ଏକର ଜମି ଏବଂ ଧାମରା ବନ୍ଦର ଉପରେ ଏହି ସର୍ଭେ ୨୦୨୧ ମସିହାରେ ହୋଇଥିଲା । ଆଜିର ଏହି ଘୋଷଣା ହେବା ପରେ ଧାମରା ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସେବା ବ୍ୟାପକ ରୂପେ ସମସ୍ତ ଜନସାଧାରଣ ଙ୍କ ପାଖରେ ପହଂଚିପାରିବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.