Home ଜିଲ୍ଲା ପରିକ୍ରମା ସଚ୍ଚିବାବୁ ଥିଲେ ସଚ୍ଚା ମଣିଷ, ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ

ସଚ୍ଚିବାବୁ ଥିଲେ ସଚ୍ଚା ମଣିଷ, ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ

42

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜବାଦୀ, ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଭଦ୍ରକ ସହର ଅନ୍ତର୍ଗତ କୁଆଁସ ଠାରେ କୋଭିଡ଼ ନିୟମ ଅନୁଯାୟୀ ନିରାଡମ୍ବର ଭାବେ ପାଳିତ ହୋଇ ଯାଇଛି । ମଣିଷ ନିଜ ଆଦର୍ଶରେ ପରିଚିତ ହୁଅନ୍ତି । ମଣିଷର ମଣିଷ ପଣିଆ ସର୍ବଦା ପୂଜିତ ହୋଇଥାଏ । ଯିଏ ଯେଉଁ ପେଶାରେ ରହେ ସେ ତାହାକୁ ସମ୍ମାନ ଦେଲେ ସେଥିରେ ପୂର୍ଣ୍ଣତା ପାଇଥାଏ । ସଚ୍ଚିବାବୁ ଥିଲେ ସେହିଭଳି ଜଣେ ସଚ୍ଚା ମଣିଷ ଯିଏ ଆଜି ସବୁର ହୃଦୟରେ ବିଦ୍ୟମାନ ବୋଲି ସ୍ୱର୍ଗତ ସଚ୍ଚି ମହାନ୍ତିଙ୍କୁ ଶ୍ରଦ୍ଧା ନିବେଦନ କରି ବକ୍ତାମାନେ ମତପୋଷଣ କରିଥିଲେ । ଆଜି ପ୍ରଥମେ ଗରଦପୁର ସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ୱାରା ସାଳନ୍ଦୀ ଘାଟରେ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଝରଣା ଦାସ, ଅଧୀକ୍ଷକ ହୃଷିକେଶ ମହାନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଭଦ୍ରକ ଓକିଲ ସଂଘ ପକ୍ଷରୁ ସଭା ଗୃହରେ ଥିବା ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କର ତୈଳ ଫଟୋଚିତ୍ରରେ ଓକିଲ ସଂଘର ସଭାପତି ଦିଲିପ ମହାପାତ୍ର, ସଂପାଦକ ଜୀତେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ଓକିଲ ସଂଘ ସଭାପତି ତଥା ସ୍ମୃତି କମିଟିର ସଂଯୋଜକ ବିଷ୍ଣୁମୋହନ ମହାପାତ୍ର, ଆଇନଜୀବୀ ଉପେନ୍ଦ୍ର ପାଢୀ, ଗୋପବନ୍ଧୁ ଦିକ୍ଷିତ, ହିମାଂଶୁ ମହାନ୍ତି, ନିରାକାର ବାରିକ ପ୍ରମୁଖଙ୍କ ସମେତ ଆଇନଜୀବୀ ମାନେ ପୁଷ୍ପାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ସକାଳେ ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ ସ୍ୱର୍ଗତ ମହାନ୍ତିଙ୍କସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଜିଲ୍ଲା ସ୍ମୃତି କମିଟିର ଆବାହକ ତଥା ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ପୌରୋହିତ୍ୟରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲେଇ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ଓ ହରମୋହନ ଜେନା, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଆକାଶବାଣୀ ସମ୍ବାଦଦାତା ଅଶୋକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଆବାହକ ତୁଷାରକାନ୍ତ ମହାନ୍ତି, ଗାନ୍ଧି ବିଚାର ମଞ୍ଚ ସମ୍ପାଦକ ଶାନ୍ତନୁ ରାଉତ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ସୁଧାକର ରାଉତ, ଲଲାଟେନ୍ଦୁ ମହାନ୍ତି, ଆଇନଜୀବୀ ଗଦାଧର ବଳ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ଶିକ୍ଷାବିତ୍ ଚାରୁଲତା ମହାପାତ୍ର, ପ୍ରଫେସର ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଡକ୍ଟର ରାଧାରାଣୀ ମହାପାତ୍ର, ଡକ୍ଟର ପ୍ରଭାତ ନଳିନୀ ମହାପାତ୍ର, ଡ. ସୁକାନ୍ତି ମହାପାତ୍ର, ଗୀତାରାଣି ଆଇଚ, ଅଧ୍ୟାପକ ରବିନ୍ଦ୍ର ପଟ୍ଟନାୟକ, ଆଇନଜୀବୀ ଦେବାଶିଷ ମହାପାତ୍ର, ରୋଟାରିଆନ ଅତିସ୍ ବେହେରା, ସମାଜସେବୀ ଅଭିଜିତ ନାୟକ, ଅନିମା ନାୟକ, ଯୁବସମାଜସେବୀ ଜୟପ୍ରକାଶ ମହାନ୍ତି, ଜୀବନ ପ୍ରକାଶ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, କବି ବୀରେନ୍ଦ୍ର ଖୁଣ୍ଟିଆ, ତପନ ନାୟକ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ରାକେଶ ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା, ବିଜେଡି ଟାଉନ ଯୁବସଭାପତି ଆଶିଷ ଅମିତାଭ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ, ଆଇନଜୀବୀ ମାନେ ଯୋଗ ଦେଇ କୋଭିଡ ନିୟମ, ସାମାଜିକ ଦୂରତା ରଖି ସ୍ୱର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜଣେ ସମାଜସେବକ, ଅଧିବକ୍ତାଙ୍କ ବହୁମୁଖି ପ୍ରତିଭା, ଜୀବନାଦର୍ଶ, ସମାଜବାଦ ଏବଂ ସମାଜରେ ସଚ୍ଚି ବାବୁଙ୍କ ବଳିଷ୍ଠ ଅବଦାନ ଉପରେ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.