Home ଜିଲ୍ଲା ପରିକ୍ରମା ‘ଜ’ ନଦୀରେ ବୁଡ଼ି ବାଳକର ମୃତ୍ୟୁ

‘ଜ’ ନଦୀରେ ବୁଡ଼ି ବାଳକର ମୃତ୍ୟୁ

144

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଜ୍ଞାପିତ ଅଂଚଳର ତାଳପଦା ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ ସୁଜିତ୍ ଦାସ(୯) ଆଜି ନିକଟସ୍ଥ ‘ଜ’ ନଦୀରେ ପ୍ରାଣ ହରାଇଛନ୍ତି । ପ୍ରକାଶ ଥାଉକି ଆଜି ସକାଳେ ସୁଜିତ୍ ‘ଜ’ ନଦୀକୁ ଶୌଚ ହେବାକୁ ଯାଇ ଅଥଳ ପାଣିରେ ବୁଡ଼ିଯାଇଥିଲେ । ତେବେ ଦିନ ୨ଟା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକ ଖୋଜାଖୋଜି କରି ପାଇନଥିଲେ । ହେଲେ ସୁଜିତ୍‌ର ଜୋତା ନଦୀରେ ଭାସୁଥିବାର ଲୋକମାନେ ଦେଖି ଘରଲୋକଙ୍କୁ କହିବାପରେ ସ୍ଥାନୀୟ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା ଏବଂ ଦମକଳ ବାହିନୀର କର୍ମଚାରୀ ମାନେ ‘ଜ’ ନଦୀରେ ଖୋଜାଖୋଜି କରିବାପରେ ସୁଜିତିର ଶବ ମିଳିଥିଲା । ଏନେଇ ଧାମନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁକରିବାପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିଲା । ମୃତ ପରିବାର ଲୋକ ଏକ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶରତଚନ୍ଦ୍ର ମହାନ୍ତି ଓ ବିଜେଡ଼ି ନଗରସଭାପତି ସୁଶାନ୍ତ ରାଉତ ଦାବି କରିଛନ୍ତି ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.