Home ଓଡ଼ିଶା ସଚେତନ ହେଲେ ଦୃର୍ଘଟଣା ହ୍ରାସ ପାଇବ

ସଚେତନ ହେଲେ ଦୃର୍ଘଟଣା ହ୍ରାସ ପାଇବ

111

ପୁରୀ, ୧୮/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଗତକାଲି ପୌରସଦନ ଠାରେ ଉଦଯାପିତ ହୋଇଯାଇଛି। ପୌରସଂସ୍ଥା କାର୍ଯ୍ୟନିର୍ବାହି ଅଧିକାରୀ ବିଜୟ କୁମାର ଦାସ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷିକ ପ୍ରତାପ କୁମାର ସ୍ୱାଇଁ ଓ ଆଂଚଳିକ ପରିବହନ ଅଧିକାରୀ ଏସକେ ଦଳାଇ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ଓ ନିରାପଦ ଗାଡି ଚାଳନା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେମାନେ କହିଲେ ନିଷା ସେବନ କରି ଗାଡି ଚାଳନା ଏବଂ ହେଲମେଟ ବ୍ୟବହାର ନକରିବାରୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି।

ସଡକ ଦୁର୍ଘଟଣା ଏବେ ଉଦବେଗ ଜନକ ସ୍ଥିତି ରେ ପହଂଚିଚି। ନାବାଳକଙ୍କ ଦ୍ୱାରା ଗାଡିଚଳାଇବା ଆଇନତଃ ଅପରାଧ। ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବାସହ ଅନ୍ୟକୁ ସଚେତନ କଲେ ଦୁର୍ଘଟଣା ହ୍ରାସ ପାଇବ। ୨୦୧୬ରେ ଦେଶରେ ୪, ୮୦, ୬୫୨ ମୋଟର ଦୁର୍ଘଟଣା ହୋଇ ୧, ୫୦୭୮୫ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୭ରେ ୪, ୬୪, ୯୧୦ ଦୁର୍ଘଟଣା ଘଟି ୧, ୪୭, ୯୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୧୮ରେ ୪, ୬୭, ୦୪୪ ମୋଟର ଦୁର୍ଘଟଣା ହୋଇଥିଲା। ସେଥିରେ ୧, ୫୧, ୪୧୭ଜଣଙ୍କ ମୃତ୍ୟୁ ହୋଇଥିବା ବୈଠକରେ ସୂଚନା ମିଳିଥିଲା।

ଓଡିଶାରେ ପ୍ରତିବର୍ଷ ମୋଟର ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସଡକ ସୁରକ୍ଷା ସପ୍ତାହ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଟ୍ରାଫିକ ଇନସପେକ୍ଟର ଗୋକୁଳ ରଞନ ଦାସ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.