Home ଓଡ଼ିଶା ପୁରୀ ପୌରସଂସ୍ଥା ନିଗମ ହେବାପାଇଁ ବାଟ ସୁଗମ ହେଉଛି

ପୁରୀ ପୌରସଂସ୍ଥା ନିଗମ ହେବାପାଇଁ ବାଟ ସୁଗମ ହେଉଛି

173

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ପୌରାଂଚଳ ସୀମା ବଢିବ। ପୁରୀ ସହରରେ ମିଶିବ ୧୦ଗୋଟି ଗ୍ରାମ।ସେଥିରୁ ୨ଟି ବ୍ରହ୍ମଗିରି ବ୍ଲକରେ ଥିବା ବେଳେ ୬ଟି ପୁରୀ ସଦର ବ୍ଲକ ଅଧିନରେ ରହିଛି। ପୁରୀ ପୌରସଂସ୍ଥା ପକ୍ଷରୁ ପ୍ରସ୍ତାବିତ ପୌରାଂଚଳ ସୀମା ନକସା ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନୟନ ବିଭାଗର ଅନୁମୋଦନ ପାଇଁ ତାହାକୁ ପଠାଯିବ। ପୁରୀ ପୌରସଂସ୍ଥା ପ୍ରଶାସକ ଦାହିତ୍ୱରେ ଥିବା ଜିଲାପାଳ ବଲଓନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ପୁରୀ ସହରକୁ ଲାଗି ରହିଥିବା ରାଜସ୍ୱ ମଉଜା ଗୁଡିକରେ ଜନବସତି ଏବଂ ବିକାଶ ତ୍ୱାରନିତ ହୋଇଥିବାରୁ ପୌରସଂସ୍ଥା ସହ ଶେସବୁକୁ ସାମିଲ କରିବା ପାଇଁ କର୍ତୁପକ୍ଷ ବିଚାର କରୁଛନ୍ତି। ଏହା ଛଡା ପୌରାଂଚଳ ସୀମା ଏବଂ ଲୋକସଂଖ୍ୟା ବୃଦ୍ଧି ପାଇଲେ ମହାନଗର ନିଗମ ଗଠନ ପାଇଁ ବାଟ ଖୋଲିବ।

ପୁରୀ ଭୁବନେଶ୍ୱର, ପୁରୀ ସାରପଡା, ପୁରୀ କୋଣାର୍କ ରାଜପଥକୁ ଲାଗି ରହିଥିବା ଆଉକିଛି ରାଜସ୍ୱ ଗ୍ରାମକୁ ପୌରାଂଚଳ ସୀାମ ସହ ଯୋଡିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରେ ପୁରୀ କୋଣାର୍କ ଉନୟନ କର୍ତୁପକ୍ଷ ଏବଂ ପୁରୀ ତହସିଲଦାରଙ୍କ ସହଯୋଗ ଲୋଡା ଯାଇଛି। ଗତବର୍ଷ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ସୀମା ବୃଦ୍ଧି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଚି। ୨୦୧୧ ଜନଗଣନା ରିପୋର୍ଟ କୁ ଭିତି କରି ତଥ୍ୟ ସଂଗ୍ରହ କରାଯାଇଛି। ପୁରୀ ପୌରସଂସ୍ଥା ସିମାବୃଦ୍ଧି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ୱାରା ଯଦି ଅନୁମୋଦନ ଲାଭକରେ ତାହେଲେ ଓାର୍ଡ ସଂଖ୍ୟା ୫୦କୁ ବଢିବା ସମ୍ଭାବନା ରହିଛି। ପୁରୀ ପୌରାଂଚଳରେ ଏବେ ୩୨ଟି ଓାର୍ଡ ଥିବାବେଳେ ତାହାକୁ ୩୮ କରିବା ପାଇଁ ୨୦୧୮ ଫେବୃୟାରୀ ୧୫ରେ ପ୍ରକାଶିତ ବିଜ୍ଞପ‌୍ତି ରେ ଉଲ୍ଲେଖ କରାଯାଇଥିଲା।

ପୌରନିର୍ବାଚନ ପ୍ରକ୍ରିୟା ହଠାତ ବନ୍ଦ ହୋଇଯିବା ଯୋଗୁଁ ତାହା ଅଟକି ରହିଛି। ୫୦୦୦ରୁ ଅଧିକ ଲୋକଥିବା ଓାର୍ଡ ଗୁଡିକୁ ଭାଗ କରିବା ପାଇଁ ପ୍ରଶାସନ ଚିନ୍ତା ଜରୁଛି। ସୀମା ବୃଦ୍ଧି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ସିପ ସରୁବାଲି, ଗୋପୀନାଥପୁର, ଭାରତୀପୁର, ଅଠରନଳା ବାଲୁଖଣ୍ଡ, କଦଳୀ ବାରିପାଟଣା, କାସିହରିପୁର, ଶଙ୍କରପୁର, ସମଙ୍ଗ ଏବଂ ସିରେଇ କଣା କୁ ପୌରଓାର୍ଡ କରାଯିବା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ୨୦୧୩ ପୌରାନିର୍ବାଚନରେ ଏକଲକ୍ଷ ୫୦୦୦୦ ୧୦୭ ମତଦାତା ରହିଥିଲେ। ୧୩୨ ଟି ମତଦାନ କେନ୍ଦ୍ର ରହିଥିଲା।

ସାଧାରଣ ନିର୍ବାଚଚନ ପୂର୍ବରୁ ନିର୍ବାଚନ କମିଶନ ଭୋଟର ତାଲିକାରେ ସଂଶୋଧନ କରିଥିଲେ। ପୁରୀ ପୌରାଂଚଳ ଜନସଂଖ୍ୟା ୨ଲକ୍ଷରୁ ଅଧିକ ରହିଥିବା ଜଣାଯାଇଛି। ୨୦୨୧ ଜନଗଣନା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ସହରକୁ ଲାଗି ରହିଥିବା ସିପ ସରୁବାଲି ସମଙ୍ଗ ଗୋପୀନାଥ ପୁର ଅଠରନଳା ଭାରତୀପୁର କାଶିହରିପୁର ଏବଂ ବାଲୁଖଣ୍ଡରେ କୋଠାବାଡି ବୃଦ୍ଧି ପାଇବା ସହ ବହୁସଂଖ୍ୟକ ହୋଟେଲ ଆପାର୍ଟମେଂଟ ଆଦି ବ୍ୟବସାୟିକ କୋଠାବାଡି ଗଢି ଉଠିଛି। ସ୍ଥାନୀୟ ଅଧିବାସୀ ରାସ୍ତା ଆଲୋକ ଏବଂ ପାନୀୟ ଜଳ ଆଦି ମୌଳିକ ସୁବିଧା ସୁଯୋଗ ପାଉଛନ୍ତି। ପୌରାଂଚଳରେ ଶେସବୁ ଅଂଚଳକୁ ସାମିଲ କରାଗଲେ ପୌରସଂସ୍ଥା ଫୋଲଡିଙ୍ଗ ଟିକସ ବାବଦରେ ବର୍ଷକୁ ପ୍ରାୟ ୫୦ଲକ୍ଷ ଟଙ୍କା ଅଧିକ ଆୟ କରିବ।ଅନ୍ୟ ପକ୍ଷରେ ସଂପୃକ୍ତ ଅଂଚଳ ଅଧିବାସୀ ପୌରସେବା ପାଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.