Home କେନ୍ଦୁଝର ସଙ୍ଗରୋଧ ପ୍ରୋତ୍ସାହନ ରାଶି ମିଳୁନି, ବ୍ଲକ ଘେରିଲେ ପ୍ରବାସୀ

ସଙ୍ଗରୋଧ ପ୍ରୋତ୍ସାହନ ରାଶି ମିଳୁନି, ବ୍ଲକ ଘେରିଲେ ପ୍ରବାସୀ

187

ହାଟଡିହି ୧୪ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ସଙ୍ଗରୋଧରେ ରହିଥବବା ପ୍ରବାସୀ ମାନଙ୍କୁ ପ୍ରୋତ୍ସାହନ ରାଶି ମିଳୁନଥିବା ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ପ୍ରବାସୀମାନେ ବାହାର ରାଜ୍ୟରୁ ଫେରି ପଞ୍ଚାୟତ ପକ୍ଷରୁ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ୧୪ଦିନ ରହିଲେ ସେମାନଙ୍କୁ ସରକାରଙ୍କ ତରଫରୁ ଦୁଇହଜାର କରି ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । କିଛି କିଛି ପଞ୍ଚାୟତରେ ପ୍ରଥମେ ପ୍ରଥମେ ଏହାକୁ ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ମାସମାସ ଧରି ଅପେକ୍ଷା କଲେ ମଧ୍ୟ ଅନୁଦାନ ରାଶି ଦିଆଯାଉ ନାହିଁ । ଯାହାକୁନେଇ ଗତ କିଛିମାସ ତଳେ ଡଅଁର, ସୁଲଣ ପ୍ରଭୃତି ପଞ୍ଚାୟତର ଲୋକମାନେ ବ୍ଲକ କାର‌୍ୟ୍ୟାଳୟ ଘେରାଉକରି ଏହାର ପ୍ରତିବାଦ କରିଥିବାବେଳେ ଆଜି ଆଇତିପୁର ପଞ୍ଚାୟତର ପ୍ରବାସୀ ଓଡିଆମାନେ ବ୍ଲକ ଘେରାଉକରି ଏହାର ପ୍ରତିବାଦ କରିଛନ୍ତି । ଜୁନ ମାସରୁ ଆସି କ୍ୱାରେଣ୍ଟାଇନରେ ରହି ଘରକୁ ଫେରିଥିଲେ ମଧ୍ୟ ଓ ସେମାନଙ୍କ ଏକାଉଣ୍ଟ ନମ୍ବର ଦେଇଥିଲେ ମଧ୍ୟ ସେମାନଙ୍କ ସହାୟତା ରାଶି ଆଜି ପର‌୍ୟ୍ୟନ୍ତ ଦିଆଯାଇ ନଥିବାରୁ ସେମାନେ ସରପଞ୍ଚ, ଜିଆରଏସଙ୍କୁ ଭେଟି ବାରମ୍ବାର କହୁଥିଲେ ବି ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବାରୁ ଆଜି ପ୍ରଦୀପ କୁମାର ସେଠୀ, ଅଶୋକ ଲେଙ୍କା, ବସନ୍ତ କୁମାର ଦାସ, ଦମେଶ ଦାସ, ସୁମନ୍ତ ନାୟକ, ବିକ୍ରମ ନାୟକ, ଅଜୟ କୁମାର ଲେଙ୍କା, ଚନ୍ଦ୍ର ଶେଖର ପାତ୍ର, ରବିନ୍ଦ୍ର ପାତ୍ର, ବିଜୟ କୁମାର ଭୁତିଆ, ହରିହର ଭୁତିଆ, ସୁଦର୍ଶନ ଜେନା, ଯୋଗେନ୍ଦ୍ର ବାରିକ, ରମେଶ ଦାସ, କମଳାକାନ୍ତ ପାତ୍ର, ସୁଦର୍ଶନ ଜେନା, ସଞ୍ଜୟ ବାରିକ, ଭାଗିରଥି ସେଠୀଙ୍କ ସମେତ ୩୦ରୁ ଉର୍ଦ୍ଧ ପ୍ରବାସୀ ଆଜି ବ୍ଲକ କାର‌୍ୟ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.