Home ଜିଲ୍ଲା ପରିକ୍ରମା ଜନ୍ନଦିନ ପାଳନ ଅବସରରେ ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌

ଜନ୍ନଦିନ ପାଳନ ଅବସରରେ ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌

80

ତାଳଚେର,୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ୍ ଦିବାକର ବାରିକ ନିଜର ୬୭ତମ ଜନ୍ମ ଦିବସ ପାଳନ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଦୈନନ୍ଦିନ ଭୋଗ ଲାଗି ନିମନ୍ତେ ୫ ହଜାର ୧୧୧ ଟଙ୍କା ଦାନ କରିଛନ୍ତି । ଏହି ଅର୍ଥଦାନ ବେଳେ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ,ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ,ପଂଚାନନ ବେହେରା,ବିନୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରଦ୍ଧାଳୁମାନେ ନିଜର ଅବା ନିଜ ସମ୍ପର୍କୀୟଙ୍କ ଜନ୍ମ ଦିନ,ବିବାହ ବାର୍ଷିକୀ ଏବଂ ଅନ୍ୟାନ୍ୟ ଦିବସକୁ ପାଳନ କରିବା ଅବସରରେ ମା ହିଙ୍ଗୁଳାଙ୍କ ଦୈନନ୍ଦିନ ଭୋଗ ଲାଗି ପାଇଁ ଅନୁନ୍ୟ ୫ ହଜାର ଟଙ୍କା ମନ୍ଦିର ପାଣ୍ଠିକୁ ଦାନ କରି ଆଜୀବନ ସଦସ୍ୟତା ଲାଭ କରିବାକୁ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.