Home ଓଡ଼ିଶା ଦେଶବାସୀଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ମୋଦି ସରକାରଙ୍କର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ଦେଶବାସୀଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ମୋଦି ସରକାରଙ୍କର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

267

– ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସରୁ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି
– ୨୦୨୦ରୁ ସାରା ଦେଶରେ ବିଏସ ୬ ଇନ୍ଧନ

ନୂଆଦିଲ୍ଲୀ, (୨୦ ଡିସେମ୍ବର ୨୦୧୯): ଭାରତରେ ୬ କୋଟି ମେଟ୍ରିକ ଟନ ବାୟୋମାସ ମହଜୁଦ ରହିଛି। ଏହି ବୋୟୋମାସରୁ ଜୈବିକ ଇନ୍ଧନ ପ୍ରସ୍ତୁତ କରିବାର ଯୋଜନା ରହିଛି। ଏଥିପାଇଁ ସାରା ଦେଶରେ ୫ ହଜାରରୁ ପ୍ଲାଂଟ୍ ସ୍ଥାପନ କରାଯିବାର ଯୋଜନା ରହିଛି। ସୁଲଭ ମୂଲ୍ୟରେ ଲୋକଙ୍କୁ ଏହି ଇନ୍ଧନ ଯୋଗାଇ ଦିଆଯିବ। ଦେଶରେ ଉର୍ଜା ଭି ିଭୂମି କ୍ଷେତ୍ରରେ ୧୦୦ ବିଲିଅନ ଡଲାର ପୁଞ୍ଜିନିବେଶ ହେବାର ଯୋଜନା ରହିଛି। ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଷ୍ଟ୍ରିଜ (ଫିକି)ର ୯୨ତମ ବାର୍ଷୀକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକଥା କହିଛନ୍ତି।

ସେ କହିଛନ୍ତି, ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର ପ୍ରାୟ ୧୩ କୋଟି ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବ୍ୟବହାର ହେଉଥିଲା। ଲକ୍ଷାଧିକ ସଂଖ୍ୟାରେ ମହିଳା ମାନେ ଅସ୍ୱାସ୍ଥ୍ୟକର ରୋଷେଇ ଇନ୍ଧନ ବ୍ୟବହାର କରି ରୋଗରେ ପଡୁଥିଲେ। ମୋଦି ସରକାର କ୍ଷମତାକୁ ଆସିବା ପରେ ୯୯ ପ୍ରତିଶତ ଘରେ ସ୍ୱଚ୍ଛ ରୋଷେଇ ଇନ୍ଧନ ପହଁଚେଇବାରେ ସଫଳ ହୋଇଛନ୍ତି। ଦେଶରେ ୨ କୋଟି ଘରେ ବିଜୁଳି ସଂଯୋଗ ନଥିଲା। ସେ ସବୁ ଘରେ ବିଜୁଳି ସଂଯୋଗ କରିବାରେ ଭାରତ ସରକାର ସଫଳ ହୋଇଛନ୍ତି। ପ୍ରଧାନ କହିଛନ୍ତି, ଭାରତରେ ଆଗାମୀ କିଛି ବର୍ଷରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ୫ ଟ୍ରିଲିଅନ ଡଲାର ଅର୍ଥନୀତି ରେ ପରିଣତ ହେବାକୁ ଯାଉଛି। ଏହା ସହ ଭାରତର ଉର୍ଜା ଚାହିଦା ମଧ୍ୟ ବୃଦ୍ଧି ପାଇବ।

ଯେତେବେଳେ ବିଶ୍ୱର ଅଧିକାଂଶ ବିକଶିତ ଦେଶରେ ବିଏସ ୬ ଇନ୍ଧନ ବ୍ୟବହାର ଆରମ୍ଭ ହୋଇନାହିଁ। ୨୦୨୦ ମସିହା ଏପ୍ରିଲ ୧ ତାରଖ ଭାରତରେ ସାରା ଦେଶରେ ବିଏସ ୬ ଟେକନୋଲୋଜିର ଇନ୍ଧନ ବ୍ୟବହାର ଆରମ୍ଭ ହେବ। ଏହା ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.