Home କେନ୍ଦୁଝର ସଂରକ୍ଷଣରେ ନୀତିରେ ପାତର ଅନ୍ତର ଅଭିଯୋଗ ଆଣିି ତାତିଲେ ପଞ୍ଚାୟତବାସୀ

ସଂରକ୍ଷଣରେ ନୀତିରେ ପାତର ଅନ୍ତର ଅଭିଯୋଗ ଆଣିି ତାତିଲେ ପଞ୍ଚାୟତବାସୀ

86

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସ୍ଥିରିକୃତ ହୋଇଥିବା ସଂରକ୍ଷଣ ତାଲିକାରେ ଧନୁର୍ଜୟପୁର ପଞ୍ଚାୟତରେ ପାତର ଅନ୍ତର ହୋଇଥିବା ନେଇ ଆଜି ପଚାଶରୁ ଉର୍ଦ୍ଧ ସାଧାରଣବର୍ଗର ଲୋକମାନେ ଆଜି ଏହା ବିରୁଦ୍ଧରେ ସ୍ୱର ଉଠାଇଛନ୍ତି । ଏହି ପଞ୍ଚାୟତରେ ବସବାସ କରୁଥିବା ସାଧାରଣ ବର୍ଗର ଲୋକମାନେ ସବୁବେଳେ ଅବହେଳିତ ହୋଇ ଆସୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ୧୯୯୭ ମସିହାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବାପରେ ପ୍ରଥରଥର ନିର୍ବାଚନରେ ବ୍ଲକର ୨୫ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତ ଆଦିବାସୀ ମନଙ୍କ ପାଇଁ ସଂରକ୍ଷିତ ଥିଲା । ସେତେବେଳେ ଧନୁର୍ଜୟପୁର ପଞ୍ଚାୟତ ବାଙ୍ଗେର ପଞ୍ଚାୟତ ସହ ମିଶିକରି ଥିଲା । ୨୦୦୨ରେ ଧନୁର୍ଜୟପୁର ପଞ୍ଚାୟତ ନୁତନ ଭାବେ ଗଠନ ହେବାପରେ ଏହା ମଧ୍ୟ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ରହିଲା । ୨୦୦୭ ମସିହାରେ ଏହା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲାବେେଳେ ୨୦୧୨ରେ ଏହା ଅନୁସୁଚିତ ଜାତି ମାନଙ୍କ ପାଇଁ ସଂରକ୍ଷିତ ରଖାଗଲା । ୨୦୧୭ରେ ଏହା ପୁନର୍ବାର ଅନୁସୁଚିତ ଜନଜାତି ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ଏହାକୁ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କରାଗଲା । ୨୦୨୨ରେ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ଏହାକୁ ପୁନର୍ବାର ଅନୁସୁଚିତ ଜନଜାତି ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ଯାହାକି ସମ୍ପୁର୍ଣ୍ଣ ବେନିୟମ ଓ ଉଦ୍ଦେଶ୍ୟ ମୁଳକ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ମାନଙ୍କ ସଂରକ୍ଷଣ ପାଇଁ ଯେଉଁ ନିୟମ ଅଛି ସେହି ଅନୁସାରେ ଅନୁସୁଚିତ ଜାତି ଓ ଜନଜାତିର ଲୋକସଂଖ୍ୟା ଅନୁପାତ ଆଧାରରେ ସଜାଇ ରଖାଯାଏ । ସେହି ଅନୁସାରେ ପ୍ରଥମେ ଅନୁସୁଚିତ ଜାତି ଓ ତା ପରେ ଅନୁସୁଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଏ । ଯଦି କୌଣସି ପଞ୍ଚାୟତ ଉଭୟ ଅନୁସୁଚିତ ଜାତି ଓ ଜନଜାତିପାଇଁ କ୍ରମାନ୍ୱୟରେ ଆସିଯାଏ ତେବେ ପ୍ରଥମେ ଅନୁସୁଚିତ ଜାତି ପାଇଁ ଓ ତାପରବର୍ତ୍ତି ନର୍ବାଚନରେ ତାହା ଅନୁସୁଚିତ ଜନଜାତି ପାଇଁ ସଂରକ୍ଷଣ କରିବାକୁ ବିଚାରକୁ ନିଆଯାଇଥାଏ । ଯାହାକି ବିଗତ ଦିନ ମାନଙ୍କରେ ଜମ୍ଭୀରା, ଅଁରା, ସୁଲଣ, ଡଅଁର, ଆଇତିପୁର ଆଦି ପଞ୍ଚାୟତରେ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଜଣାପଡେ । କିନ୍ତୁ ଧନୁର୍ଜୟପୁର ଭଳି ଏକ ପଞ୍ଚାୟତକୁ ପଞ୍ଚାୟତ ଗଠନ ହେବାଦିନ ଠାରୁ ସରପଞ୍ଚ ପଦବୀଟି ଅଂସରକ୍ଷିତ ନହେବା ପରିତାପର ବିଷୟ ଓ ଏହା ରାଜନୈତିକ ଅଭିସନ୍ଧି ରଖି ଏପରି କରାଯାଉଥିବା ସୁଶାନ୍ତ କୁମାର ମିଶ୍ର, ନାରାୟଣ ସାମଲ, ଅରୁପ ମଲ୍ଲିକ, ପ୍ରଦ୍ୟୁମ୍ନ ମଲ୍ଲିକ, ଲକ୍ଷ୍ମଣ ମହାକୁଡ, ଅଜିତ କୁମାର ମଲ୍ଲିକ, ବିମ୍ବାଧର ମହାକୁଡ, ଗିରିଶ ମହାକୁଡ, ଅଶୋକ ଜେନା, ରବିନ୍ଦ୍ର ଖୁଣ୍ଟିଆ, ତୁଷାର ରଞ୍ଜନ ମହାନ୍ତି, ନନ୍ଦ କିଶୋର ସାମଲ, ମନୋଜ କୁମାର ମଲ୍ଲିକ, ଦିପ୍ତୀ ରଞ୍ଜନ ମଲ୍ଲିକ, ରଜତ ମଲ୍ଲିକ, ରବିନାରାୟଣ ବେଣ୍ଟକାର ପ୍ରମୁଖ ଅଭିଯୋଗ କରିଛନ୍ତି । ବିଗତ ୨୫ବର୍ଷ ଧରି ଏହି ବ୍ଲକର ହାଯଡିହି, ବଡରମ୍ପାସ, ଶାଳଣିଆଁ ଆଦି ପଞ୍ଚାୟତରେ ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିନଥିବା ସ୍ଥଳେ ସେହି ସମାନ ସମୟ ମଧ୍ୟରେ ଧନୁର୍ଜୟପୁର ଦୁଇଥର ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିସାରିବା ପରେ ଚଳିତ ନିର୍ବାଚନରେ ପୁନର୍ବାର ସେହି ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯିବା କେତେଦୁର ଠିକ ଓ ଏହା କେଉଁ ପ୍ରକାର ରୋଟେସନ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏହାର ପୁର୍ନବିଚାର କରନ୍ତୁ ନଚେତ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.