Home କେନ୍ଦୁଝର ମାନସିକ ନିର୍ଯ୍ୟାତନା ସହିନପାରି ଯୁବତୀଙ୍କ ଆତ୍ମହତ୍ୟା

ମାନସିକ ନିର୍ଯ୍ୟାତନା ସହିନପାରି ଯୁବତୀଙ୍କ ଆତ୍ମହତ୍ୟା

201

ହାଟଡିହି-୫ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିବାହ କରିବାର ପ୍ରତିଶୃତି ଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ସମ୍ପର୍କ ରଖିବାପରେ ବିବାହ କରିବାକୁ ମନା କରିବା ଓ ଯୁବତୀକୁ ମାନସିକ ନିର୍ଯ୍ୟାତନା ଦେବାରୁ ପ୍ରେମିକା ଜଣକ ବାଧ୍ୟହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୋସୋ ଥାନାରେ ଅଭିଯୋଗ ହୋଇଛି । ବାଙ୍ଗୋର ଗ୍ରାମର ବଟକୃଷ୍ଣ ବେହେରାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ସ୍ୱର୍ଣ୍ଣପ୍ରଭା ନିଜର ଜଣେ ସମ୍ପର୍କୀୟଙ୍କ ଘର ଆଗରପଡା ଥାନା ଆପତିରା ଗ୍ରାମକୁ ବୁଲିବାକୁ ଯାଇଥିବାବେଳେ ସେହି ଗ୍ରାମର ରାଜେନ୍ଦ୍ର ମହୁରୀଙ୍କ ପୁଅ ଗୌରବ ମହୁରୀ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା । ଦୀର୍ଘ ୨/୩ବର୍ଷ ଧରି ଏପରି ନିବିଡ ସମ୍ପର୍କ ସ୍ଥାପନ ହେବାସହ ନିୟମିତ ଫୋନରେ କଥାବାର୍ତ୍ତା ହେଉଥିଲେ । ଏପରିକି ଗୌରବ ତାଙ୍କ ଝିଅକୁ ବିବାହ କରିବାକୁ ମଧ୍ୟ ସେ ପ୍ରତିଶୃତି ଦେଇଥିଲା । ଗତ ଡିସେମ୍ବର ୨୨ତାରିଖ ଦିନ ଗୌରବର ବାପା, ମା, ଓ ବଡବାପା ଓ ବଡ ମା ଝିଅ ଦେଖିବାକୁ ଆସି ପସନ୍ଦ ହୋଇଛି ବୋଲି କହିଯାଇଥିଲେ । କିନ୍ତୁ ଡିସେମ୍ବର ୩୧ତାରିଖ ଦିନ ତାଙ୍କ ଝିଅ ଓ ଗୌରବ ଫୋନରେ କଥାବର୍ତ୍ତା ହେବା ପରେ ସକାଳ ୮ଟା ୩୦ମିନିଟ ସମୟରେ ହଠାତ ଝିଅ ସ୍ୱର୍ଣ୍ଣପ୍ରଭା ନିଜ ରୁମ ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଗୌରବ ତାଙ୍କ ଝିଅକୁ ମାନସିକ ନିର୍ଯ୍ୟାତନା ଦେବାରୁ ଝିଅ ଆତ୍ମହତ୍ୟା କରିଥିବା ନେଇ ବଟକୃଷ୍ଣ ସୋସୋ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଥାନା କେସନଂ ୧/୨୦୨୨ରେ ଏକ ମାମଲା ରୁଜୁକରି ଶବକୁ ପୋଷ୍ଟମଟମ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.