Home ଓଡ଼ିଶା  ଘରଡିହ ପଟ୍ଟା ଓ ପଡିପତ୍ର  ପାଇଁ ରଣପୁର ରେ ଧାରଣା

 ଘରଡିହ ପଟ୍ଟା ଓ ପଡିପତ୍ର  ପାଇଁ ରଣପୁର ରେ ଧାରଣା

36

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୧- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କିଛି ପ୍ରକୃତ ହିତାଧିକାରୀ ପଡିପତ୍ର ପାଇବାରୁ ବଂଚିତ ହୋଇଛନ୍ତି । ଯାହାଫଳରେ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରୁ ସୁବିଧା ପାଇପାରୁନାହାଁନ୍ତି । ଆଉକିଛି ଭୂମିହୀନ ଲୋକ ଘରଡିହ ପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ମିଳୁନାହିଁ । ତେଣୁ ନବ ନିର୍ମାଣ କୃଷକ ସଂଗଠନ ସଂଯୋଜକ ଅଜୟ କୁମାର ମହାନ୍ତି ଆଦିବାସୀ ମହାସଂଘର ଗଙ୍ଗାଧର ନାୟକ ଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ରଣପୁର ବ୍ଲକ ଫାଟକ ନିକଟରେ ଧାରଣା ଦେଇଥିଲେ । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଧାରଣାସ୍ଥଳରେ ପହଂଚି ଧାରଣାକାରୀ ଙ୍କୁ ବୁଝାସୁଝା କରି କହିଥିଲେ ଆପଣମାନଙ୍କୁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି ସେହି ଦିନଠାରୁ ଅନ୍‌ଲାଇନ୍ ଖୋଲୁନାହିଁ । ଆପଣଙ୍କ ନାମ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ କୁ ପଠାଯାଇଛି ।

ଅନ୍‌ଲାଇନ୍ ଖୋଲିଲେ ଆପଣ ମାନଙ୍କୁ ପଡିପତ୍ର ଯୋଗାଇ ଦିଆଯିବ । ଧାରଣାକାରୀ ମାନେ ସେଠାରୁ ଆସି ରଣପୁର ତହସିଲ କାର୍ଯ୍ୟାଳୟ ଆଗରେ ଘରଡିହ ପଟ୍ଟା ପାଇଁ ଧାରଣା ଦେଇଥିଲେ । ତହସିଲଦାର ଉପସ୍ଥିତ ନଥିବାରୁ ଅତିରିକ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଧାରଣାକାରୀଙ୍କ ନିକଟକୁ ଆସି କହିଥିଲେ ଯେ ତୁମେ କରିଥିବା ଆବେଦନ ପତ୍ର ଯାଂଚ ଚାଲିଛି ଆମେ ଜିଲ୍ଲା ଅଫିସକୁ ଯାଂଚପରେ ତାଲିକା ପଠାଇବୁ । ତାହାପରେ ଆପଣ ମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ।  ଶ୍ରମିକ ନେତା ସତ୍ୟବ୍ରତ ନାୟକ , ଯୁବ କଂଗ୍ରେସ ନେତା ଆବୁ ବକର୍ ସିଦ୍ଧିକ୍ ଓ ଆଇନୀଜୀବି ସତ୍ୟ ରଞ୍ଜନ ମତା  ଧାରଣାକାରୀ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.