Home ଜିଲ୍ଲା ପରିକ୍ରମା ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସିପିଆଇ(ଏମ-ଏଲ) ଲିବରେସନର ସମର୍ଥନ

ସଂଯୁକ୍ତ କୃଷକ ମୋର୍ଚ୍ଚା ଡାକରାରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସିପିଆଇ(ଏମ-ଏଲ) ଲିବରେସନର ସମର୍ଥନ

28

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଯୁକ୍ତ କୃଷକ ମୋର୍ଚ୍ଚା ୨୭ ସେପ୍ଟେମ୍ବର ଦିନ ଭାରତ ବନ୍ଦ ଡାକରା ଦେଇଛି । ଯାହାକୁ ସିପିଆଇ (ଏମ-ଏଲ)ଲିବରେସନ ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛି । କେନ୍ଦ୍ରରେ ୩ କଳା କୃଷି ଆଇନ, ବିଜୁଳି ବିଲ ୨୦୨୦, ଶ୍ରମିକ ବିରୋଧୀ ୪ଶ୍ରମ କୋର୍ଡ ବାତିଲ, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ଦାବି ସହ ଦେଶର ସମସ୍ତ ମୂଲ୍ୟବାନ ସମ୍ପତିକୁ ଆଖିବୁଜା କର୍ପୋରେଟ ସଂସ୍ଥାକୁ ଟେକି ଦେବା, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବ୍ୟବସାୟୀକରଣ କରିବା ବିରୁଦ୍ଧରେ ଏହି ଡାକରା ଦିଆଯାଇଛି । ଏହା କେବଳ ଏତିକିରେ ସିମୀତ ନାହିଁ । ସମ୍ବିଧାନ, ଗଣତନ୍ତ୍ର, ଗଣତାନ୍ତ୍ରୀକ ଅନୁଷ୍ଠାନ ଓ ବ୍ୟକ୍ତି ସ୍ୱ।।ଧିନତା ଆଜି ବିପନ୍ନ । କଷ୍ଟସାଧ୍ୟ ସ୍ୱାଧିନତା ଓ ଶ୍ରମିକ ଅଧିକାର ସବୁ ଧୂଳିସାତ ହେବାରେ ଲାଗିଛି । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସଂଗୀନ ହେବାରେ ଲଗିଛି । ସୁପ୍ରମିକୋର୍ଟ ନେତୃତ୍ୱାଧିନ ଚୟନ କମିଟି ଦ୍ୱାରା ଟ୍ରିବ୍ୟୁନାଲ ସଦସ୍ୟ ଓ ବିଭିନ୍ନ କୋର୍ଟର ବିଚାରପତି ନିଯୁକ୍ତି ମଧ୍ୟ କେନ୍ଦ୍ରର ମନମାନୀରେ ଚାଲିଛି ।

ଏହା ଗଣତନ୍ତ୍ର ପ୍ରତି ଏକ ଶକ୍ତ ଧକ୍କା । ଦେଶର ଲକ୍ଷ ଲକ୍ଷ କୃଷକଙ୍କ ଆନ୍ଦୋଳନ ପ୍ରତି ହେଉଥିବା ମନୋଭାବ ଓ ଗଣତାନ୍ତ୍ରୀକ ଆନ୍ଦୋଳନକୁ ଆଖିବୁଜା ଆକ୍ରମଣ ଆଜି ସାଧାରଣ ଘଟଣାରେ ପରିଣତ ହୋଇଛି । ଏହି ଭୟଙ୍କର ପରିସ୍ଥିତିରେ ବିଜେପି ଓ ଆରଏସଏସର ସୈରତନ୍ତ୍ର ବିରୁଦ୍ଧରେ ଦେଶକୁ ରକ୍ଷା କରିବା ଆଜି ସବୁଠାରୁ ଗୁରୁ୍‌ବପୂର୍ଣ୍ଣ ବିଷୟ । ତେଣୁ ଆମ ଦଳ ସମସ୍ତ ବାମପନ୍ଥୀ ଗଣତାନ୍ତ୍ରୀକ ଶକ୍ତି ସହ ସମ୍ମିଳିତ ଭାବେ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଉଛି । ସିପିଆଇ (ଏମ-ଏଲ) ଲିବରେସନର ଜିଲ୍ଲା ସଂପାଦକ ସମର ବଳ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସମିମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ଗାୟତ୍ରୀ ବେହେରା, ରୂପା ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ରମାକାନ୍ତ ଦାସ, ଗୟାଧର ସେଣ, ଜଗନ୍ନାଥ ବେହେରା, ପ୍ରତାପ ନାୟକ, କିଶୋର ଜେନା, କଳ୍ପନା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ସଂଜୀବ ଭଞ୍ଜ, ଦିନବନ୍ଧୁ ଜେନା, ମଞ୍ଜୁଲତା ମହୁକୁଡ଼ ପ୍ରମୁଖ ଆଜି ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ମିଳିତ ହୋଇ ଉପରୋକ୍ତ ବନ୍ଦ ନିଷ୍ପତିକୁ ସଫଳ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.