Home ଜିଲ୍ଲା ପରିକ୍ରମା ବ୍ୟାଟେରି ଚୋର ରାକେଟ ସକ୍ରିୟ ଜଣେ ଅଟକ

ବ୍ୟାଟେରି ଚୋର ରାକେଟ ସକ୍ରିୟ ଜଣେ ଅଟକ

32

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ଚୋରା ବ୍ୟାଟ୍ରି ଚୋର ମାନେ ସକ୍ରିୟ ହୋଇଛନ୍ତି । ଧାମନଗର ଅଂଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କବାଡ଼ିଆ ଦୋକାନ ବେଆଇନ୍ ଭାବରେ ଦୋକାନ କରି ବଡ଼ ବଡ଼ ଚୋରା ଟ୍ରକ, ବସ କାଟି ବିକ୍ରି କରୁଥିବାବେଳେ କେତେକ ବ୍ୟାଟ୍ରି ଚୋରମାନେ ବିଭିନ୍ନ ଟାୱାର ଓ ଗାଡ଼ିମାନଙ୍କ ବ୍ୟାଟ୍ରି ଚୋରି କରୁଥିବାର ଅଭିଯୋଗ ହୋଇଛି । ଜିଲ୍ଳା ତଥା ଜିଲ୍ଳା ବାହାରୁ ଧାମନଗର ଅଂଚଳର କେତେକ ବ୍ୟକ୍ତିମାନେ ଏହି ଚୋରି ବ୍ୟାଟେରି ଆଣି ଧାମନଗରରେ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ଏକମାସ ତଳେ ପ୍ରାୟ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଚୋରି ବ୍ୟାଟ୍ରି ବିକ୍ରି ହେଉଥିବାବେଳେ ଧାମନଗର ପୁଲିସ ଧରିବାରେ ସଫଳ ହୋଇଥିବାବେଳେ ଆଜି ଧାମନଗର ନିକଟସ୍ଥ ବଜାର ସାହିରେ ଜଣେ ବ୍ୟାଟ୍ରି ଚୋରକୁ ଧରିବାରେ ସଫଳ ହୋଇଛି । ଧାମନଗର ବଜାର ସାହିର ଏମ୍‌ଡ଼ି ଗୋଲାମ ହବିବିଙ୍କ ପୁଅ ଏମ୍‌ଡ଼ି ଚାନ୍ଦବାବୁ ୧୨ଟି ଚୋରା ବ୍ୟାଟ୍ରି ଆଣୁଥିବାବେଳେ ଧାମନଗର ପୁଲିସ ତାଙ୍କୁ ଅଟକ ରଖି ଏହି ଚୋରା ବ୍ୟାଟ୍ରି ସମ୍ପର୍କରେ ତଦନ୍ତ ଜାରିରଖିିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.