Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ତାର ଚୋରି କରି ୪ ଗିରଫ

ବିଦ୍ୟୁତ୍ ତାର ଚୋରି କରି ୪ ଗିରଫ

36

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଚଢାଉ କରି ୪ ଜଣ ଆଲୁମିନିୟମ୍ ତାର ଚୋରଙ୍କୁ ଗିରଫ କରିଛନ୍ତି । ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ସୂଚନା ଅନୁଯାୟୀ ସେମାନଙ୍କ ଠାରୁ ପୁଲିସ୍ ୧ କ୍ୱିଣ୍ଟାଲ ୧୦ କେଜି (୩୫୦ ମିଟର ଲମ୍ବ) ସିଲଭର ମେଟାଲିକ୍ ବିଦ୍ୟୁତ୍ ତାର ଜବତ କରିଛି । ଏହି ଘଟଣାରେ ପୁଲିସ୍ ପରସିଙ୍ଗା ଗ୍ରାମ ଖଣ୍ଡାଗଡିଆର ରାଜୀବ ସୋନା, ରବିନ୍ଦ୍ର ସିଂହ, ଏରେଇଁ ଗ୍ରାମର ରୁହିୟା ଟୁଡୁ ଓ ବିଭୁତିପୁରର ବୈଦ୍ୟନାଥ ସେଠୀଙ୍କୁ ଗିରଫ କରି କୋର୍ଟ ଗ୍ରାମାଞ୍ଚଳ ଥାନା କେଶ୍ ନଂ ୩୮୮/୨୧ ମୂଳେ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ବର୍ତ୍ତମାନ ସମୟରେ ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ନିଜର ଭିତ୍ତିଭୂମି ସଜାଡିବା ଉପରେ ଗୁରୁତ୍ୱ ଦେଉଛି । ବିତରଣ ଦାୟିତ୍ୱରେ ନେସ୍କୋ ସଂସ୍ଥା ଥିବାବେଳେ ବିଦ୍ୟୁତ୍ ଚୋରି ଓ ତାର ଚୋରିକୁ ରୋକିବାକୁ ପୁରୁଣା ତାର ହଟାଇ ଯେଉଁ କେବୁଲ ବ୍ୟବସ୍ଥା କରିଥିଲା, ଏବେ ଟାଟା ପାୱାର ଏହି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି । ଠିକ୍ ଏହି ସମୟରେ ପୁରୁଣା ତାର ଚୋରି କରି ଏହାକୁ ବିକିବା ଚକରରେ କିଛି ବ୍ୟକ୍ତି ସକ୍ରୀୟ ହୋଇପଡିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.