Home ଜିଲ୍ଲା ପରିକ୍ରମା ସ୍କାଉଟସ୍ ଓ ଗାଇଡସ୍ ଶିବିର

ସ୍କାଉଟସ୍ ଓ ଗାଇଡସ୍ ଶିବିର

98

ପୁରୀ, ୨୮/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୂର୍ବତଟ ରେଳପଥ ଭାରତ ସ୍କାଉଟ ଓ ଗାଇଡ୍ସ ଦ୍ୱିତୀୟ ରାଜ୍ୟସ୍ତରୀୟ ଶିବିର ଶୁକ୍ରବାର ପୁରୀରେ ଆରମ୍ଭ ହୋଇଛି। ପୂର୍ବତଟ ରେଳପଥ ଅତିରିକ୍ତ ମହାପ୍ରବନ୍ଦକ ସୁଧିର କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ମୁଖ୍ୟ କମିଶନର ଏମ.କେ ପୋଦାର ଏବଂ ଜିଲା ମୁଖ୍ୟ କମିଶନର ରାଜକୁମାର ସମ୍ମାନିତ ଅତିଥି ଭାବେ ମଂଚରେ ଉପସ୍ଥିତ ଥିଲେ। ଅତିଥିମାନେ କହିଲେ ଶୃଙ୍ଖଳା ଓ ସମୟାନୁବର୍ତ୍ତୀତା ଛାତ୍ର ଜୀବନର ଚାବିକାଠି। ସ୍କାଉଟ ଏବଂ ଗାଇଡ୍ସ ମାଧ୍ୟମରେ ସମାଜସେବା ପାଇଁ ଛାତ୍ରଛାତୀଙ୍କୁ ସୁଯୋଗ ମିଳିଥାଏ। ପରିବେଶ ସୁରକ୍ଷା ପାଇଁ ସେମାନେ ପରାମର୍ସ ଦେଇଥିଲେ। ୪ଦିନ ଧରି ଶିବିର ଅନୁଷ୍ଠିତ ହେବ। ଉଦ୍‌ଯାପନ ଉତ୍ସବରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଶତାଧିକ ଛାତ୍ରଛାତ୍ରୀ ଶିବିରରେ ଅଂଶଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.