Home ଜିଲ୍ଲା ପରିକ୍ରମା ସଂଜିତ ବେହେରା ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଗିରଫ

ସଂଜିତ ବେହେରା ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଗିରଫ

34

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବହୁ ଚର୍ଚ୍ଚିତ ରାଜମୁକୁନ୍ଦପୁର ସଂଜିତ ବେହେରା ହତ୍ୟାକାଣ୍ଡର ଅନ୍ୟ ଜଣେ ଅଭିଯୁକ୍ତକୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୭ ତାରିଖ ଦିନ ପୂର୍ବ ବିବାଦକୁ ନେଇ ସଂଜିତ ବେହେରାଙ୍କ ପରିବାର ଓ ଅପରପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫଳରେ ଅପରପକ୍ଷର ପ୍ରାୟ ୧୩ ଜଣ ଅଭିଯୁକ୍ତ ସଂଜିତ୍‌ଙ୍କୁ ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ପିଟି ପିଟି ହତ୍ୟା କରିଥିଲେ । ଏପରିକି ତାଙ୍କୁ ବଂଚାଇବାକୁ ଯାଇ ତାଙ୍କ ମା’ ରେଖାଲତା ଗୁରୁତର ହୋଇଥିଲେ । ତେବେ ଏହି ହତ୍ୟା ଘଟଣାର ଦୀର୍ଘ ଏକମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ପୁଲିସ୍ ମାତ୍ର ଜଣକୁ ଗିରଫ କରିଥିବାରୁ ସଂଜିତଙ୍କ ପରିବାର ଲୋକେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଫଳରେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ବିଭିନ୍ନ ସ୍ଥାନ ଚଢାଉ କରି ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଗିରଫ ହେବେବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.