Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଚରମ୍ପା ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କ ସିଲ୍...

ଭଦ୍ରକ ଜିଲାରେ ୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଚରମ୍ପା ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କ ସିଲ୍ ଓ କୋଭିଡ୍ ସଚେତନତା ସମୀକ୍ଷା ବୈଠକ

46

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରୁ ୭୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୧୨୩ ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୮୧୭୯ ଏବଂ ମୋଟ ସୁସ୍ଥଙ୍କ ସଂଖ୍ୟା ୭୬୬୯ । ଏବେ ସକ୍ରିୟ ଆକ୍ରାନ୍ତ ୪୮୪ଜଣ ଅଛନ୍ତି । ଏ ପର୍ଯ୍ୟନ୍ତ ମୋଟ ୩ଲକ୍ଷ ୩୪ ହଜାର ୯୧୪ଜଣଙ୍କ ନମୁନା ପରୀକ୍ଷା ହୋଇଛି । ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଏମ୍‌ସ ଭୁବନେଶ୍ୱରରେ ଭଦ୍ରକ ବ୍ଲକର ୨ଜଣ ଓ ବାସୁଦେବପୁର ଆନ୍ଦୋଳା ପଞ୍ଚାୟତର ଜଣେ, ଏସସିବିରେ ଭଦ୍ରକ ବ୍ଲକର ଜଣେ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଲକର ବରଣ୍ଡୁଆରୁ ଜଣେ, ଗୁଆଗଡ଼ିଆ ଗ୍ରାମରୁ ଜଣେ, ପଦ୍ମପୁର ଗ୍ରାମରୁ ୨ଜଣ, ସୁଦର୍ଶନପୁର ଗ୍ରାମରୁ ଜଣେ, ବାସୁଦେବପୁର ପୌରପାଳିକାର ମନ୍ଦାରି ଗ୍ରାମରୁ ଜଣେ, ଭଦ୍ରକ ବ୍ଲକର ଅଣ୍ଢେଇପଲୀ ଗ୍ରାମରୁ ୪ଜଣ, ଗେଲପୁରରୁ ୨ଜଣ, ଜଳଙ୍ଗାରୁ ଜଣେ, ଶିରାପୁରରୁ ଜଣେ, ବେଲପୁରରୁ ୨ଜଣ, ରାନ୍ଦିଆରୁ ୨ଜଣ, ଜଗଦଳପୁରରୁ ଜଣେ, ଭଦ୍ରକ ପୌରପାଳିକାର ୧୪ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ଜଣେ, ୧୧ ନଂ ୱାର୍ଡ ନୂଆବଜାରରୁ ୨ଜଣ, ୧୫ ନଂ ୱାର୍ଡ କୁଆଁଶ ଗ୍ରାମରୁ ଜଣେ,୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ୪ଜଣ, ୫ ନଂ ୱାର୍ଡ ଲକ୍ଷ୍ମୀନଗରରୁ ଜଣେ, ୩୦ ନଂ ୱାର୍ଡ ଉତ୍ତରବାହିନୀ ଗ୍ରାମରୁ ୨ଜଣ, ୬ ନଂ ୱାର୍ଡ ମଠସାହି ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ଗ୍ରାମରୁ ଜଣେ, ରାମଚନ୍ଦ୍ରପୁର ଗ୍ରାମରୁ ୨ଜଣ, ଧାମନଗର ବ୍ଲକ ସାଆଁଳପୁର ଗ୍ରାମରୁ ୨ଜଣ, ଧୁଷୁରୀ ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସି ୧ ନଂ ୱାର୍ଡରୁ ଜଣେ, ବନ୍ତ ବ୍ଲକ ଚକ୍ରାପାଢୀ ଗ୍ରାମରୁ ୨ଜଣ, ବିଟିପୁର ଗ୍ରାମରୁ ଜଣେ, କଣ୍ଟିଗଡ଼ିଆ ଗ୍ରାମରୁ ଜଣେ, କାଣ୍ଡବା ଗ୍ରାମରୁ ୪ଜଣ, ମହାନ୍ତିପଡା ଗ୍ରାମରୁ ଜଣେ, ପୁରୁଷଣ୍ଢ ଗ୍ରାମରୁ ୩ଜଣ, ରାମକୃଷ୍ଣପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଲକ ପାଣ୍ଡିଆସାହିରୁ ଜଣେ, ପଳାଶପୁରରୁ ଜଣେ, ଓରାସାହିରୁ ଜଣେ, ପାଞ୍ଚପଡ଼ାରୁ ଜଣେ, ବଡଓସ୍ତିଆରୁ ଜଣେ, ହେଙ୍ଗୁପତି ଗ୍ରାମରୁ ଜଣେ ଓ ଚନ୍ଦନପୁରରୁ ୨ଜଣ ଚିହ୍ନଟ ହୋଇଛନ୍ତିି । ସେହିଭଳି ଚାନ୍ଦବାଲି ଏନ୍‌ଏସିର ୧୦ ନଂ ୱାର୍ଡର ନୟାଧାମରାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୩ଜଣ, ବାଲେଶ୍ୱର ଜିଲ୍ଳା ସିମୁଳିଆ ବ୍ଲକରୁ ୨ଜଣ, ଢେଙ୍କାନାଳ ଜିଲ୍ଲା ଓଡ଼ପଡା ଗ୍ରାମରୁ ଜଣେ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ସେହିଭଳି ଚରମ୍ପା ଏସ୍‌ବିଆଇ ବ୍ୟାଙ୍କର ୪ ଜଣ ଓ ଡାହାଣୀଗଡିଆ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏସ୍‌ବିଆଇକୁ ୪୮ ଘଣ୍ଟା ଓ ଆଇସିଆଇସିଆଇ ବ୍ୟାଙ୍କକୁ ୨୪ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଅନୁରୂପ ଆଜି ଜିଲାପାଳଙ୍କ ଅଧ୍ୟକ୍ଷତାରେ କୋଭିଡ୍ ସଚେତନତା ଓ ସର୍ଭେଲାନ୍ସ ଉପରେ ଏକ ସମୀକ୍ଷା ବୈଠକ ଓସ୍‌-୧ ଭିସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଚିକିତ୍ସା ଅଧିକାରୀମାନେ ନିଜ ନିଜ ବ୍ଲକ୍ ଓ ଓସ୍‌-୧ ଭିସିରେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.