Home ଜିଲ୍ଲା ପରିକ୍ରମା ଜମିବାଡି ବିବାଦରୁ ଟାଙ୍ଗିଆ ଚୋଟରେ ୪ ଗୁରୁତର, ଗଣମାଧ୍ୟମ ପ୍ରତିନିଧି ଆହତ

ଜମିବାଡି ବିବାଦରୁ ଟାଙ୍ଗିଆ ଚୋଟରେ ୪ ଗୁରୁତର, ଗଣମାଧ୍ୟମ ପ୍ରତିନିଧି ଆହତ

58

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟାଙ୍ଗିଆ ଦ୍ୱାରା ସଂଘର୍ଷ ଘଟି ୩ ଜଣ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଜଣେ ତିହିଡି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ଟିଭି ଚ୍ୟାନେଲର ଚାନ୍ଦବାଲି ପ୍ରତିନିଧି ଗଂଗାଧର ପରିଡା ନାମକ ଜଣେ ବ୍ୟକ୍ତି କୋଦାଳ ବେଣ୍ଟରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଯେଉଁ ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇ ଅଭିଯୁକ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଜମିବାଡି ବିବାଦକୁ କେନ୍ଦ୍ର କରି ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବଜରାପୁର ପଂଚାୟତରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଫଳରେ ଗୋଟିଏ ପକ୍ଷଙ୍କ ଟାଙ୍ଗିଆ ଚୋଟରେ ୪ ଜଣ ଗୁରୁତର ହୋଇଥିଲେ । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.