Home ଜିଲ୍ଲା ପରିକ୍ରମା ସଂଖ୍ୟାଲଘୁ ଯୁବକ ଫେସ୍‌ବୁକ୍‌ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ ପ୍ରସଙ୍ଗ, ଅଭିଯୁକ୍ତକୁ ଗିରଫ କରିଥିବାରୁ ବ୍ରାହ୍ମଣ ସମାଜ...

ସଂଖ୍ୟାଲଘୁ ଯୁବକ ଫେସ୍‌ବୁକ୍‌ରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ ପ୍ରସଙ୍ଗ, ଅଭିଯୁକ୍ତକୁ ଗିରଫ କରିଥିବାରୁ ବ୍ରାହ୍ମଣ ସମାଜ ପକ୍ଷରୁ ଏସ୍‌ପିଙ୍କୁ କୃତଜ୍ଞତା

39

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫେସ୍‌ବୁକ୍‌ରେ ବ୍ରାହ୍ମଣ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ସାଂପ୍ରଦାୟିକ ବିଦ୍ୱେଷ ସୃଷ୍ଟି କଲାଭଳି କାର୍ଯ୍ୟ କରିଥିବା ଜନୈକ ସଂଖ୍ୟାଲଘୁ ଯୁବକଙ୍କ ବିରୁଦ୍ଧରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ସମୋଚିତ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଆଜି ଓଡ଼ିଶା ବ୍ରାହ୍ମଣ ସମାଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଚାର୍ଯ୍ୟ ପଣ୍ଡିତ ସଂଜୟ ପାଢୀ, ଜିଲା ସଭାପତି କାଳନ୍ଦୀ ଚରଣ ପାଣିଗ୍ରାହୀ, ସଂପାଦକ ସୌମ୍ୟରଂଜନ ମିଶ୍ର ଓ ସଦର ସଭାପତି ଶ୍ୟାମା ପ୍ରସାଦ ଶତପଥୀ ପ୍ରମୁଖ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଜି ବ୍ରାହ୍ମଣ ସମାଜର ଉପରୋକ୍ତ କର୍ମକର୍ତ୍ତାମାନେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କୁ ଭେଟି ଯେଉଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ସେଥିମୂଳେ ଗତ ୯ ତାରିଖ ଦିନ ଫେସ୍‌ବୁକ୍‌ରେ ସ୍ଥାନୀୟ ଅଂଚଳର ମିନାଜ ଖାନ୍ ନାମକ ଜଣେ ସଂଖ୍ୟାଲଘୁ ଯୁବକ ଫେସ୍‌ବୁକ୍‌ରେ ‘ବ୍ରାହ୍ମଣ ଝିଅ କେଉଁଠି ମିଳିବେ’ ଭଳି ଶବ୍ଦ ପୋଷ୍ଟ କରିବା ପୂର୍ବକ ବହୁ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିଲା । ଯାହାଦ୍ୱାରା କେବଳ ବ୍ରାହ୍ମଣ ସମାଜ ନୁହେଁ ସମଗ୍ର ହିନ୍ଦୁଙ୍କୁ ଏହା ଅପମାନିତ କରିଛି । ଏଥିପୂର୍ବରୁ ସଂପୃକ୍ତ ଯୁବକ ଏହିଭଳି ମନ୍ତବ୍ୟମାନ ଫେସ୍‌ବୁକ୍‌ରେ ପୋଷ୍ଟକରିବା ଦ୍ୱାରା ତାର ସାଙ୍ଗମାନେ ପ୍ରୋତ୍ସାହିତ ହେବା ଦ୍ୱାରା ଶାନ୍ତିଶୃଙ୍ଖଳା ଭଂଗ ସହ ଭଦ୍ରକ ଭଳି ଉଭୟ ହିନ୍ଦୁ-ମୁସଲିମ୍ ଭାଇଚାରାର ସହରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇ ସାଂପ୍ରଦାୟିକ ସଦ୍‌ଭାବ ନଷ୍ଟ ହୋଇଥିଲା । ଏଣୁ ମିନାଜ ଖାନ୍‌ର ମନ୍ତବ୍ୟରେ ପୁଲିସ୍ ଯେଭଳି ଭାବେ ତାକୁ ଗିରଫ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା, ତାହା ସ୍ୱାଗତଯୋଗ୍ୟ ବୋଲି ଏହି ବ୍ରାହ୍ମଣ ସମାଜ କହିଛି । ଏବଂ ସମଗ୍ର ସହରରେ ଶାନ୍ତି-ମୈତ୍ରୀର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏଭଳି ଯୁବକମାନଙ୍କ ପ୍ରତି ସମସ୍ତେ ସାବଧାନ ରହିବାକୁ ସେ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.