Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

39

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମିଳନୀ ପ୍ରକୋଷ୍ଠରେ ଚରମ୍ପା ବରିଷ୍ଠ ନାଗରିକ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସାଧାରଣ ସଂପାଦକ ପୂର୍ବ ବୈଠକର ବିବରଣୀ ପାଠ କରିବା ସଂଗେ ସଂଗେ କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ଆୟବ୍ୟୟର ବିବରଣୀ ପ୍ରଦାନ କରିଛନ୍ତି । ପୁନର୍ବାର ସଭାପତି ଭଦ୍ରକ ଜିଲ୍ଲାର ମେଡ଼ିକାଲ ପ୍ରତିଷ୍ଠା ପାଇଁ ଉଦ୍‌ବେଗ ପ୍ରକାଶ କରିବା ସଂଗେ ସଂଗେ ଜିଲ୍ଲାର ସାଂସଦ ଓ ବିଧାନସଭା ସଦସ୍ୟମାନଙ୍କୁ ସଂଘ ଜରିଆରେ ଅନୁରୋଧ କରିବା ନିଷ୍ପତି ନିଆଯାଇଛି । ସଂପାଦକ ମହାପାତ୍ର ବରିଷ୍ଠ ନାଗରିକଙ୍କୁ କରୋନା ଟୀକା ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଓ ଆସନ୍ତା ଜାନୁଆରୀ ୨୬ ଜନରାଜ୍ୟ ଦିବସ ପାଳନ କରିବା ସଂଗେ ସଂଗେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଛି । ସଂଘର ନୂତନ ସଭ୍ୟମାନଙ୍କୁ ଆସନ୍ତା ୨୮ତାରିଖରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧିତ କରାଯାଇ ବନ୍ଧୁ ମିଳନର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମହାସଂଘର ବାର୍ଷିକ ସମ୍ମିଳନୀରେ ଯୋଗଦାନ ପାଇଁ ସଭ୍ୟ ବିଜୟ କୁମାର ସେନାପତି ସମସ୍ତ ବରିଷ୍ଠ ନାଗରିକ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି । ଚରମ୍ପା ପଥରଆଡ଼ିରେ ଏକ ନୂତନ ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବାପାଇଁ ସରକାର ସ୍ଥିର କରିଥିବାରୁ ସଂପାଦକ ଶ୍ରୀ ମହାପାତ୍ର ମାନ୍ୟବର ସାଂସଦ ଓ ବିଧାୟକଙ୍କୁ ସଂଘ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପଦ୍ମଲୋଚନ ମହାଳିକ, ଶଶୀକାନ୍ତ ପାଢ଼ୀ, ଶଙ୍କର୍ଷଣ ସାହୁ, ଧ୍ରୁବଚରଣ ନାୟକ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବରଦୀ ପ୍ରସନ୍ନ ପଣ୍ଡା, ସନାତନ ଜେନା, ଶ୍ରୀକାନ୍ତ ସେଠୀ, ଜଗବନ୍ଧୁ ମହାନ୍ତି, ନରେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ବେହେରା, ରଂଗାଧର ମଲ୍ଲିକ, ବୀରକିଶୋର ନାୟକ, ବିନାୟକ ମଲିକ, କଳାକାର ମିଶ୍ର, କାର୍ତ୍ତିକ ଚନ୍ଦ୍ର ରାଉଳ, ରତ୍ନାକର ହାତୀ, ଉପେନ୍ଦ୍ର ରାଉତ ସମସ୍ତ ସଭ୍ୟ କରୋନାକୁ ଜୟକରିଥିବା ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରି ନିଜନିଜର ଅଭିଜ୍ଞତା ପ୍ରକାଶ କରିଛନ୍ତି । ଶେଷରେ କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.