Home ଜିଲ୍ଲା ପରିକ୍ରମା ଷ୍ଟାର ଇଣ୍ଡିଆ ପରିବାର ର ପ୍ରଥମାଷ୍ଟମୀ ପାଳନ

ଷ୍ଟାର ଇଣ୍ଡିଆ ପରିବାର ର ପ୍ରଥମାଷ୍ଟମୀ ପାଳନ

206

ଯାଜପୁର ୨୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲିର ଅଗ୍ରଣୀ ଅନୁଷ୍ଠାନ ଷ୍ଟାର ଇଣ୍ଡିଆ ପରିବାର ପକ୍ଷରୁ ପ୍ରଥମ ବାର୍ଷିକ ପ୍ରଥାମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ମା ତାରୀଣୀ କଲେଜ ପଡିଆରେ ଅନୁଷ୍ଠିତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲେ ନଟିଆ ଓରଫ ସ୍ମୃତି ରଂଜନ ମହାନ୍ତି । ନଟିଆଙ୍କ କାର୍ଟୁନ କମେଡି ଯାଦୁ ଦର୍ଶକଙ୍କୁ ଘଣ୍ଟା ଘଣ୍ଟ। ଧରି ବାନ୍ଧି ରଖିଥିଲା । କାର‌୍ୟ୍ୟକ୍ରମ ଆରମ୍ଭରେ ଷ୍ଟାର ଇଣ୍ଡିଆ ପରିବାର ମ୍ୟାନେଜିଙ୍ଗ ଡାଇରେକ୍ଟର ବିକାଶ ମଲ୍ଲିକ(ବନା)ଙ୍କ ନେତୃତ୍ୱରେ ପ୍ରମୋଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବକୁ ଯାଜପୁର ଜିଲ୍ଲା ଏସ.ପି  ଚରଣ ସିଂହ ମୀନ ଅନୁଷ୍ଠାନିକଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ କୋରାଇ ପ୍ରେସ କ୍ଲବର ସଭାପତି ସୁବାସ ଧଳ, ଯୁବନେତା ପ୍ରିତୀ ରଂଜନ ସାହୁ, ସମାଜସେବୀ ସୂର‌୍ୟ୍ୟମଣୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଗରିବ ପିଲା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ନୂତନ ପେଷାକ, ଖାତା ଓ କଲମ ବଣ୍ଟନ କରାଯାଇଥିଲା । ସମାଜର ବିନ୍ନି ବର୍ଗର ଲୋକଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ଚାରା ବଂଟନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ସ୍ମୃତି ରଂଜନ ମହାନ୍ତି(ନଟିଆ) ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ସତ୍ୟବ୍ରତ ସାହୁ ଓ ସାରଗିକା ପ୍ରୀୟ ଦର୍ଶନୀ ସାହୁ ଏବଂ ସ୍ୱେଛାସେବୀ ଅନୁଷ୍ଠାନ ଆମେ ବିପଦର ସାଥିଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ମିତା ନାୟକ ଓ ସ୍ୱପ୍ନା ପ୍ରୀୟବତୀ ସୁତାରଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କାର‌୍ୟ୍ୟକ୍ରମ ପରିଚାଳନାରେ ସୁଶାନ୍ତ ମଲିକ, ସ୍ମୃତି ରଂଜନ ମିଶ୍ର, ରୁଦ୍ରପ୍ରତାପ ବେହେରା, ଶ୍ରୀମନ୍ତ ରାୟ ପ୍ରମୁଖ କାର‌୍ୟ୍ୟ୍ରକମ ପରିଚାଳନାରେ ସହଯୋଗ କରିଥିବା ବେଳେ ଷ୍ଟାର ଇଣ୍ଡିଆ ପରିବାରର ସମସ୍ତ ଅଭିଭାବକ, ଛାତ୍ର/ଛାତ୍ରୀ ସହଯୋଗ କରିଥିଲେ । ପରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.