Home ଅପରାଧ କଙ୍ଗାରୁ କୋର୍ଟରୁ ପୁଲିସ ହାଜାତ ଆସିଲେ ଅଭିଯୁକ୍ତ

କଙ୍ଗାରୁ କୋର୍ଟରୁ ପୁଲିସ ହାଜାତ ଆସିଲେ ଅଭିଯୁକ୍ତ

306

ଯାଜପୁର୨୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗ୍ରାମାଞ୍ଚଳରେ ଏବେବି କଙ୍ଗାରୁ କୋର୍ଟ ଚାଲିବା ଦେଖିବାକୁ ମିଳିଛି ଏପରି ଏକ କୋର୍ଟରେ ଦଣ୍ଡ ଦିଆଯାଉଥିବା ଜଣେ ମହିଳା ସମେତ ଦୁଇଜଣ ପୁରୁଷଙ୍କୁ ପୁଲିସ ଉଦ୍ଧାର କରି ଥାନାରେ ଅଟକ ରଖିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପଥରପଦା ପଂଚାୟତର ତାଜପୁର(ଗୋବିନ୍ଦପୁର) ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି।

ଦିଅର ଭାଉଜକୁ ମରଣାନ୍ତକ ଆକ୍ରମଣ ପରେ ଗ୍ରାମବାସୀ ଏକତ୍ରୀତ ହୋଇ ଶାଶୁ, ଶଶୁର ଓ ଦିଅରକୁ ହାତ ବାନ୍ଧି ପକାଇବା ପରେ ଦଣ୍ଡ ଦେବା ପୂର୍ବରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶ- ତାଜପୁର ଗ୍ରାମର କାଳନ୍ଦୀ ସ୍ୱାଇଁଙ୍କ ବଡପୁଅ ଜୟୀରାମ ଓ ବହୁ ସରୋଜିନୀ ଘରେ ପୃଥକ ଭାବେ ଚଳନ୍ତି। କିନ୍ତୁ ବିଭିନ୍ନ ସମୟରେ ପାରିବାରିକ କନ୍ଦଳ ଦେଖାଦେଇଥାଏ। ଗତ ୧୮ ତାରିଖ ସକାଳୁ ପାରିବାରିକ ଗଣ୍ଡଗୋଳ ହୋଇଥିଲା। ସରୋଜିନୀ ଶାଶୁ, ଶଶୁର ଓ ଦିଅରକୁ ଆକ୍ରମଣ କରିଥିଲା। ଏମିତିକି ଦିଅର ମହେନ୍ଦ୍ରର ହାତ ଆଙ୍ଗୁଳିକୁ କାମୁଡି ଦେଇଥିଲା। ଏନେଇ ଉଭୟ ପକ୍ଷ ଥାନାର ଆଶ୍ରୟ ନେଇଥିଲେ। ମାତ୍ର ସରୋଜିନୀ ଯୌତୁକ ନିର‌୍ୟ୍ୟାତନ ଅଭିଯୋଗ ଆଣିବା ପରେ ଏକ ମାମଲା ୨୨୬/୧୯ ରୁଜ୍ଜୁ କରାଯାଇଥିଲା। ପୂର୍ବରୁ ଅନେକ ଥର ପାରିବାରିକ ମାମଲାର ସମାଧାନ ଭଦ୍ର ବ୍ୟକ୍ତିଙ୍କ ଜରିଆରେ କରାଯାଇଥିଲା। ହେଲେ ମକଦ୍ଦମା ହେଲା ପରେ ମହେନ୍ଦ୍ର ଉତ୍‌କ୍ଷିପ୍ତ ହୋଇଯାଇଥିଲା। ସେ ପ୍ରତିହିଂସା ପରାୟଣ ହୋଇ ସରୋଜିନୀକୁ ଏକୁଟିଆ ପାଇ ମରଣାନ୍ତକ ଆକ୍ରମଣ କରିଥିଲା। ସ୍ୱାମୀର ଅନୁପସ୍ଥିତିରେ ସରୋଜିନୀ ଦାଣ୍ଡ ଦୁଆରେ ମାଡ ଖାଇ ପଡିଥିବା ବେଳେ ମହେନ୍ଦ୍ର ଏକ ଠେଙ୍ଗାଧରି ସେଠାରେ ଜଗି ବସିଥିଲା। ଏହା ଦେଖି ଗ୍ରାମବାସୀ ମାନେ ଉତକ୍ଷିପ୍ତ ହୋଇ ୧୦୮ ଆମ୍ବୁଲାନ୍ସ ଡାକି ସରୋଜିନୀକୁ ଚିକିତ୍ସା ନିମନ୍ତେ ପଠାଇବା ସହ ମହେନ୍ଦ୍ରକୁ ଘର ନିକଟରେ ଥିବା ଟ୍ରାକ୍ଟର ଲଙ୍ଗଳରେ ବାନ୍ଧି ଦେଇଥିଲେ। ଖବର ପାଇ କାଳନ୍ଦୀ ସେଠାରେ ପହଞ୍ଚିବାର ବାପ ପୁଅ ହାତକୁ ବନ୍ଧିବା ସହ ତାର ମାକୁ ଧରି ରାସ୍ତାରେ ଚଳାଇ ଚଲାଇ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କୌଣସି ସୁତ୍ର ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ  ପୁଲିସ ଆଜି ମହିଳାଙ୍କ ଦିଅର, ଶଶୁର ଓ ଶାଶୁଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.