Home ଜିଲ୍ଲା ପରିକ୍ରମା ଆବାସ ଯୋଜନା ବିଲ ନେଇ ବିଡିଓଙ୍କୁ ଦାବି ପତ୍ର

ଆବାସ ଯୋଜନା ବିଲ ନେଇ ବିଡିଓଙ୍କୁ ଦାବି ପତ୍ର

259

ଯାଜପୁର ୨୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ରେ ଦୀର୍ଘ ୧ ବର୍ଷ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଆବାସ ଯୋଜନାରେ ଘର କରି ବିଲ ନପାଇବା କୁ ନେଇ ହତାଧିକାରୀ ମାନେ ଭୋଗୁଥିବା ଅସୁବିଧା ରୁ ମୁକ୍ତି ପାଇଁ କୋରାଇ ବିଡିଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ସୁନିଲ ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । କୋରାଇ ବ୍ଲକ ଅର୍ନ୍ତଗତ ଜହ୍ନା ପଂଚାୟତର ଅଧିବାସୀମାନେ ତାଙ୍କର ଦାବି ପତ୍ର ପ୍ରଦାନ କରିଛନ୍ତି । ବର୍ଷାଧିକ କାଳ ହେବା ହିତାଧିକାରୀ ମାନେ ଘର କରି ବିଲ ନପାଇବା ଓ ପଂଚାୟତର କାର‌୍ୟ୍ୟର୍ନିବାହୀ ଅଧିକାରୀ ଓ ଜିଆରଏସ (ଗ୍ରାମ ରୋଜଗାର ସେବକ) ନିୟମିତ କାର‌୍ୟ୍ୟାଳୟକୁ ଆସୁନଥିବାରୁ ସେମାନେ ଆବାସ ଅର୍ଥ ପାଇବାରୁ ବଂଚିତ ହେଉଛନ୍ତି । ବର୍ଷ ବର୍ଷ ଧରି ପଡିରହିଥିବା ବିଲକୁ ତୁରନ୍ତ ପ୍ରଦାନ ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.