ମାଲକାନଗିରି,୧୪ା୧୨ (ଓଡିଆ ପୁଅ ) ମାଲକାନଗିର ଜିଲ୍ଲାଟ୍ରେଜେରି କର୍ମଚାରୀ ମାନେ ଭୁବନେଶ୍ୱର କୁ ଏକ ଟ୍ରାଭଲର ଗାଡିନେଇ ଷ୍ଟାମ୍ପପେର ଆଣିବାକୁ ଯାଉଥିବା ବେଳେ ଏକ ହାଇଓ୍ୟା ଗାଡି ସହ ଧକ୍କା ଲାଗି ଘଟଣାସ୍ଥଳରେ ଜଣେ ମୃତ୍ୟୁ ହେବା ସହିତ ୯ଜଣ ଆହତ ହୋଇଛନ୍ତି ମାଲକାନଗିରି ଜିଲ୍ଲାଟ୍ରେଜେରୀ କାର୍ଯ୍ୟାଳୟ ପାଇଁ ଜୁଡିସିଆଲ, ନନ ଜୁଡିସିଆଲ ଷ୍ଟାମ୍ପପେପର ଆଣିବା ଲାଗି ଓଡି-୦୫-ଏନ-୧୯୪୮ ନମ୍ବର ଟ୍ରାଭଲର ଭ୍ୟାନରେ ଟ୍ରେଜେରୀ କିରାଣୀ ଉଗ୍ରେସେନଦେହୁରୀ,ଶିବାନନ୍ଦ ସାମନ୍ତରାୟ,ମୃତ୍ୟୁଜଂୟ ଙ୍କ ସହିତ ୫ଜଣ ସୁରକ୍ଷାକର୍ମୀ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ଗଜାଂମଜିଲ୍ଲା ଚମ୍ପାଖଣ୍ଡି ଥାନାସ୍ଥ ମାଣ୍ଡିଆପଲ୍ଲୀ ଛକରେ ଏକ ହାଇଓ୍ୟାଇ ଗାଡି ସହତଧକ୍କାଲାଗି ଥିଲା । ଗାଡିଟି ଖଣ୍ଡବିଖଣ୍ଡ ହୋଇ ଯାଇଥିବା ବେଳେ ଗାଡିରେ ବସିଥିବା ୧୦ଜଣ ଗାଡିଭିତିରେ ଚାପିହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟଲୋକ ଏ ସଂପର୍କରେ ଚମ୍ପାଖଣ୍ଡି ଥାନାକୁ ଜଣାଇବାରୁ ପୁଲିସ ଓ ସ୍ଥାନୀୟ ଯୁବକ ମାନଙ୍କଦ୍ୱାରା ଆହତ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ଚିକିତ୍ସା ଧିନ ଅବସ୍ଥାରେ ଗାଡିମାଲିକ ସୌରଭ ବେପାରୀ ଙ୍କ ମୃତ୍ୟୁ ଘଟିଛି । ଅନ୍ୟ ମାନଙ୍କ ମଧ୍ୟରୁ ଶିବାନନ୍ଦ ସମନ୍ତାରାୟ,ମୃତ୍ୟୁଜଂୟ ଙ୍କ ଅବସ୍ଥା ସଂଙ୍କଟାପନ୍ନହେବାରୁ ସେମାନଙ୍କୁ କଟକ ବଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବାଳେ ଅନ୍ୟମାନେ ବ୍ରହ୍ମପୁର ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ମାଲକାନଗିରିରେ ପହଁଚିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟାଖେଳି ଯାଇଛି ।