Home ଜିଲ୍ଲା ପରିକ୍ରମା ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇ ବିଏସଏଫ କ୍ୟାମ୍ପ ଉଦଘାଟନ କଲେ ଏସପି

ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇ ବିଏସଏଫ କ୍ୟାମ୍ପ ଉଦଘାଟନ କଲେ ଏସପି

227

ମାଲକାନଗିରି,୧୪ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ହନ୍ତାଳଗୁଡା ଗ୍ରାମ ଠାରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ଉଦଘାଟନ କରି ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ ଡି ଖିଲାରୀ । ଦୀର୍ଘ୫୦ବର୍ଷ ରୁ ଉର୍ଦ୍ଦହେବ ଏହି ଅଚଂଳରେ ମାଓବାଦୀଙ୍କ ଶାସନ ଚାଲିଥିଲା, ଏଠାରେ ଜାତୀୟପତାକା ବଦଳରେ ମାଓବାଦୀଙ୍କ ଲାଲଝଣ୍ଡା ଓ କଳାପତକା ଉଡାଯାଇଥାଏ । ବିଛିନ୍ନାଚଂଳବାସୀଙ୍କ ଲାଇଫଲାଇନ ଗୁରୁପ୍ରୀୟା ସେତୁନିର୍ମାଣ ହେବାପରେ ତାହା ସ୍ୱାଭିମାନ ଅଚଂଳ ବାବେ ଘୋଷିତ ହୋଇ ସେ ଅଚଂଳର ଉନ୍ନତିପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ ୧୦୦କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାଓଗଡ ଭାବେ ଚିରପରିଚିତ ହନ୍ତାଳଗୁଡା ଠାରେ ବିଏସଏଫ କ୍ୟମ୍ପପ୍ରତିଷ୍ଟାକୁ ମାଓବାଦୀ ଓ କିଛିଗ୍ରାମବାସୀ ବିରୋଧକରିଆସୁଥିବା ବେଳେ ସେଠାରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ବିଏସଏଫ କ୍ୟାମ୍ପ ଉଦଘାଟନକରି  ତ୍ରୀରଙ୍ଗା ପତାକା ଉଡାଇ ରେକର୍ଡ ସୃଷ୍ଟିକରିଛନ୍ତି । ଆଗରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା,କୁନ୍ତୁରପଦର,ଜାନବାଇ,ଜନ୍ତାପାଇ  ଠାରେ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିଲା । ବିଛିନ୍ନାଚଂଳ ରେ ଆଉଏକ ନୂତନ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିବାରୁ ବିଛିନ୍ନାଚଂଳରେ ଉନ୍ନୟନ କାର୍ଯ୍ୟ ତ୍ୱରାନିତ ହେବାସହିତ ସେଠାରେ ମାଓଦମନକୁ ଯୋରଦାର କରାଯାଇପାରିବ । ବିଛିନ୍ନାଚଂଳ ଟି ମାଓଗଡ ଭାବେ ପରିଚିତ ଥିବାରୁ ସେଠାରେ ମାଓବାଦୀଙ୍କ ଭୟରେ ଉନ୍ନୟନ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା, କିଛି ଗ୍ରାମବାସୀ ଙ୍କୁ ମାଓବାଦୀ ମାନେ ଗ୍ରାମରୁ ବିତାଡିତକରି ସେଠାରେ ରାଜଚଳାଇଥିଲେ । ଗୁରୁପ୍ରୀୟା ସେତୁ ଓ ନୂତନ ବିଏସଏଫ କ୍ୟାମ୍ପ ହେବାଦ୍ୱାରା ମାଓସମସ୍ୟା ଦୁରହେବାସହିତ ବିଛିନ୍ନାଚଂଳରେ ଅପହଚଂ ସରକରି ଯୋଜନା ଠିକଭାବେ ପହଁଚି ଗ୍ରାମବାସୀ ମାନେ  ତାର ସୁଫଳ ପାଇପାରିବେ ବୋଲି ଆଶାପ୍ରକଟ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.